ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପାଇ ସୋରେନ୍

0

ନୂଆଦିଲ୍ଲୀ (ଆମ ଟିଭି):  ଝାଡ଼ଖଣ୍ଡରେ ଶେଷ ହୋଇଛି ରାଜନୈତିକ ସସପେନ୍ସ । ଚମ୍ପାଇ ସୋରେନ୍ ହେବେ ଝାଡ଼ଖଣ୍ଡର ପରବର୍ତୀ ମୁଖ୍ୟମନ୍ତ୍ରୀ । ଆଉ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଧାୟକ ଦଳର ନେତା ହେବା ପରେ ଗୁରୁବାର ରାତିରେ ରାଜ୍ୟପାଳ ସିପି ରାଧାକୃଷ୍ଣଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଉ କେତେ ଜଣ ଶପଥ ନେବେ, ସେ ନେଇ କୌଣସି ସୂଚନା ମିଳିନାହିଁ । ବଡ଼ କଥା ହେଉଛି, ଚମ୍ପାଇ ସୋରେନଙ୍କୁ ୧୦ ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବାକୁ ପଡ଼ିବ । ଗତକାଲି ସାରାଦିନ ରାଜନୈତିକ ଡ୍ରାମା ଚାଲିଥିଲା । ସନ୍ଧ୍ୟା ସାଢ଼େ ୫ଟାରେ ୫ ବିଧାୟକଙ୍କୁୁ ଡକାଇଥିଲେ ରାଜ୍ୟପାଳ । ଏଥିରେ ଚମ୍ପାଇ ସୋରେନ୍ ମଧ୍ୟ ଥିଲେ ।

ଲାଗୁଥିଲା ରାଜ୍ୟପାଳ ଏମାନଙ୍କୁ ଶପଥ ପାଇଁ ନିମନ୍ତ୍ରଣ ଦେବେ । କିନ୍ତୁ ତାହା ହୋଇପାରିନଥିଲା । ଏହାପରେ ସମସ୍ତ ଜେଏମ୍ଏମ୍ ଓ ମେଂଟ ବିଧାୟକଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଯେଉଁ ଦୁଇଟି ଚାଟର୍ଡ ବିମାନରେ ଜେଏମଏମ୍ ଓ ମହାମେଂଟର ବିଧାୟକ ରାଂଚିରୁ ହାଇଦ୍ରାବାଦ ପାଇଁ ଉଡ଼ାଣ ଭରିଥାନ୍ତେ, ତାହା ବାତିଲ ହୋଇଯାଇଥିଲା ।

Leave A Reply

Your email address will not be published.