ଭୁବନେଶ୍ୱର(ଆମ ଟିଭି): ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତିି । ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ପଶ୍ଚିମା ଝଡ଼ ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା । ୧୬ ଓ ୧୭ରେ ବର୍ଷାର ପରିମାଣ ବଢ଼ିବା ନେଇ ଟୁଇଟ କରି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଓଡ଼ିଶା ଉପକୂଳରେ ୧୫ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହ ଟ୍ରପ୍ ଲାଇନରେ ପରିଣତ ହୋଇ ପାଗରେ ପରିବର୍ତ୍ତନ ଆଣିବ ବୋଲି ପୂର୍ବାନୁମାନ କରାଯାଇଛି ।