ଚନ୍ଦ୍ରବାବୁଙ୍କୁ ମିଳିଲା ଆଶ୍ୱସ୍ତି

0

ନୂଆଦିଲ୍ଲୀ:  ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଜାମିନ ମିଳିଛି। ୫୨ ଦିନ ଧରି ଜେଲରେ ରହିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଦୋଷୀ ହେବା ପରେ ଜେଲରେ ରହିଥିଲେ ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ।

୨୦୧୪ରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଦକ୍ଷତା ବିକାଶ କର୍ପୋରେସନ ଗଠନ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଯୁବକମାନଙ୍କୁ ତାଲିମ ଦେବା। ତେବେ ଏହି କାର୍ୟ୍ୟକ୍ରମରେ ୩୭୧ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨୦୧୪ରୁ ୨୦୧୯ ଯାଏ ଚନ୍ଦ୍ରବାବୁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ଇସାରାରେ ସବୁ କିଛି ହୋଇଥିବା କୁହାଯାଉଛି। ଏଥିପାଇଁ ତାଙ୍କ ନାଁରେ ଆଇପିସିର ଧାରା ୧୨୦ବି, ୪୨୦ ଓ ୪୬୫ରେ ମାମଲା ହୋଇଛି। ସିଆଇଡି ତାଙ୍କ ନାଁରେ ଦୁର୍ନୀତି ନିରୋଧ ଆଇନର ବିଭିନ୍ନ ଦଫା ମଧ୍ୟ ଲଗାଇଛି।

ପ୍ରକାଶଯୋଗ୍ୟ ଯେ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ୯ରେ ନାଇଡୁଙ୍କୁ ଗିରଫ କରାଯାଇଥିଲା । ଏହା ପରେ ବିଜୟୱାଡା କୋର୍ଟ ତାଙ୍କୁ ୧୪ ଦିନ ଜେଲ ପଠାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ନାଇଡୁଙ୍କୁ ରାଜାମହେନ୍ଦ୍ରବରମ୍ (ରାଜମହେନ୍ଦ୍ରୀ) କେନ୍ଦ୍ରୀୟ ଜେଲକୁ ନିଆଯାଇଥିଲା। ଏହାପରେ ମଧ୍ୟ ପୁଣି ଜାମିନ ନାମଞ୍ଜୁର ଚନ୍ଦ୍ରବାବୁ ନାଇଡୁଙ୍କୁ  ହେବାରୁ ଜେଲରେ ରହିବାକୁ ପଡିଥିଲା।

Leave A Reply

Your email address will not be published.