ଚନ୍ଦ୍ରପୃଷ୍ଠରେ ଓହ୍ଲାଇଲା ଚନ୍ଦ୍ରଯାନ-୩: ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଇତିହାସ ରଚିଲା ଭାରତ । ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଓହ୍ଲାଇଲା ଲ୍ୟାଣ୍ଡର । ଦକ୍ଷିଣ ମେରୁରେ ଉଡିଲା ତ୍ରିରଙ୍ଗା । ଭାରତର ଚନ୍ଦ୍ର ଅଭିଯାନ ସଫଳ । ଇତିହାସ ରଚିଲା ଇସ୍ରୋ । ତୃତୀୟ ପ୍ରୟାସରେ ଭାରତକୁ ବଡ ସଫଳତା ମିଳିଛି । ଆମେରିକା, ଚୀନ, ଋଷ ପରେ ଭାରତ ଏହି ସଫଳତା ପାଇଛି । ଆଜି ଯାଏଁ ଅପହଞ୍ଚ ଥିଲା ଦକ୍ଷିଣ ମେରୁ । ଦକ୍ଷିଣ ମେରୁରେ ପ୍ରଥମ ପହଞ୍ଚିଲା କେବଳ ଭାରତ ।

ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟାରୁ ଅନ୍ତରୀକ୍ଷ ବାହାରିଥିବା ଚନ୍ଦ୍ରାୟନ ୩ ଆଜି ୬ଟି ୪ରେ ଚନ୍ଦ୍ର ସଫଳତାର ସହ ଲ୍ୟାଣ୍ଡିଂ କରିଛି । ଏହି ସଫଳତା ପଛରେ ଇସ୍ରୋ ବୈଜ୍ଞାନିକମାନଙ୍କ ବଡ ହାତ ରହିଛି । ଏହି ସଫଳତା ପରେ ଏବେ ସାରା ଭାରତରେ ଖୁସିରେ ଲହରୀ । ଗାଁଠୁ ସହର ଚାରିଆଡେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.