ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩

0

ନୂଆଦିଲ୍ଲୀ (ଆମ ଟିଭି): ସଫଳତାର ଦ୍ୱାର ଦେଶରେ ଇସ୍ରୋର ଚନ୍ଦ୍ରଯାନ-୩ । ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩ । ସଫଳତାର ସହ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ସହ ଚନ୍ଦ୍ରର ପ୍ରଥମ ଫଟୋ ପଠାଇଛି ଚନ୍ଦ୍ରଯାନ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହ ଚନ୍ଦ୍ରର ଫଟୋ ଟୁଇଟ କରାଯାଇଛି । ଫଟୋରେ ଚନ୍ଦ୍ରର ପୃଷ୍ଠଭୂମି ସହ ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଛି । ଚନ୍ଦ୍ରପୃଷ୍ଠରେ ଥିବା ଗାତଗୁଡିକ ଫଟୋରେ ଦେଖାଯାଉଛି । ଏବେ ଚନ୍ଦ୍ରପୃଷ୍ଠରୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ଘୁରୁଛି । ଅଗଷ୍ଟ ୯ରେ ୪ରୁ ୫ ହଜାର କିଲୋମିଟର କକ୍ଷପଥରେ ପ୍ରବେଶ କରିବ ।

Leave A Reply

Your email address will not be published.