ନୂଆଦିଲ୍ଲୀ (ଆମ ଟିଭି): ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩ । ଅଗଷ୍ଟ ୨୩ରେ ଚନ୍ଦ୍ରରେ କରିବ ଅବତରଣ । ବିଶ୍ବ ଦେଖିବ ଇସ୍ରୋର କ୍ଷମତା । ମହାକାଶରେ ଦିଶିବ ଆତ୍ମନିର୍ଭର ଭାରତର ଝଲକ । ଚନ୍ଦ୍ରଯାନ-୩ ନେଇ ଆସିଛି ଆଉ ଏକ ବଡ଼ ଅପଡେଟ । ଆଜି ପୃଥିବୀ କକ୍ଷ ପଥ ଛାଡ଼ି ଚନ୍ଦ୍ର ଅଭିମୁଖେ ଯିବ ଚନ୍ଦ୍ରଯାନ । ୧୪ ତାରିଖରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରାଯାଇଥିବା ବେଳେ ଏହା ପୃଥିବୀ ଚାରିପଟେ ଘୁରି ବୁଲୁଥିଲା । ଆଜି ଏହା ପୃଥିବୀର କକ୍ଷ ପଛ ଛାଡ଼ି ଜନ୍ମ ଅଭିମୁକ୍ଷେ ଯାତ୍ରା କରିବ ।
ଚନ୍ଦ୍ର କକ୍ଷ ପଥରେ ପହଞ୍ଚିବା ପରେ ଏହା ଚନ୍ଦ୍ରର ପରିକ୍ରମା କରିବ । ଏବଂ ଦକ୍ଷିଣ ପୋଲ ଅଞ୍ଚଳରେ ଅବତରଣ ନେଇ ସ୍ଥାନ ନିର୍ଦ୍ଧାରଣ କରିବ । ତେବେ ଅଗଷ୍ଟ ୨୩ରେ ଜନ୍ମରେ ସପ୍ଟ ଲ୍ୟାଣ୍ଡିଂ ପାଇଁ ତାରିଖ ସ୍ଥିର ହୋଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ।