ଆରମ୍ଭ ହେଲା କାଉଣ୍ଟଡାଉନ: ଆସନ୍ତାକାଲି ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩

0

ନୂଆଦିଲ୍ଲୀ (ଆମ ଟିଭି): ଆରମ୍ଭ ହୋଇଛି ମିଶନ ଚନ୍ଦ୍ରଯାନ3।  ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ । ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି ବୋଲି ଇସ୍ରୋ ମଙ୍ଗଳବାର ଟ୍ୱିଟ୍ କରିଛି ।

ଭାରତର ତୃତୀୟ ଚନ୍ଦ୍ର ଅନୁସନ୍ଧାନ ମିସନ ଚନ୍ଦ୍ରଯାନ-୩ ଏଲ୍‌ଭିଏମ୍‌୩ ଲଞ୍ଚରର ଚତୁର୍ଥ କାର୍ଯ୍ୟକ୍ଷମ ମିସନରେ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ଏହା ଚନ୍ଦ୍ରଯାନ-୨ର ଏକ ଫଲୋଅପ୍ ମିସନ ଯାହା ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରି ଭ୍ରମଣ କରିବାର ସମସ୍ତ କ୍ଷମତା ପ୍ରଦର୍ଶନ କରିବ। ସୂଚନାଯୋଗ୍ୟ, ଏକ ସଫ୍ଟୱେର୍ ତ୍ରୁଟି କାରଣରୁ ସେପ୍ଟେମ୍ବର ୨୦୧୯ରେ ଚନ୍ଦ୍ରଯାନ-୨ କ୍ରାସ୍-ଲ୍ୟାଣ୍ଡିଂ କରିଥିଲା ।

Leave A Reply

Your email address will not be published.