PCOD ଅର୍ଥାତ୍ ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍ ମହିଳାଙ୍କ ପାଇଁ ଏକ ବଡ଼ ସମସ୍ୟା । National Institute of Health and Research ଅନୁସାରେ ଦେଶରେ ପ୍ରାୟ ୧୦ ପ୍ରତିଶତ ମହିଳା PCOD ରୋଗରେ ପୀଡିତ । ଏହି କାରଣରୁ ମହିଳାଙ୍କ ଶରୀରରେ ହରମୋନ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ । କିଛି ମହିଳାଙ୍କ କ୍ଷେତ୍ରରେ ହରମୋନାଲ୍ ପରିବର୍ତ୍ତନ ଯୋଗୁଁ ମୁହଁ ଓ ଶରୀରରେ ଅସ୍ୱାଭାବିକ ଭାବେ କେଶ ବଢିବାକୁ ଲାଗିଥାଏ ।
କାହିଁକି ହୁଏ PCOD ସମସ୍ୟା ?
-ମାତ୍ରାଧିକ ଷ୍ଟ୍ରେସ୍ ବା ଟେନସନ୍ ( ଚିନ୍ତାରେ ରହିବା)
-ପରିବର୍ତ୍ତିତ ଜୀବନଶୈଳୀ
-ବିଳମ୍ବିତ ରାତ୍ରି ଯାଏଁ ନିଦ ନଆସିବା
-ଦିନରେ ଅଧିକ ସମୟ ଶୋଇବା
-ମଦ୍ୟପାନ ଓ ଧୁମ୍ରପାନ ମଧ୍ୟ ମହିଳାଙ୍କ ପାଇଁ PCODର କାରଣ ହୋଇଥାଏ ।
କେଉଁ ମହିଳାଙ୍କ କ୍ଷେତ୍ରରେ PCODର ସମ୍ଭାବନା ଅଧିକ ଥାଏ ?
-ନାଇଟ୍ ସିଫ୍ଟରେ ଦୀର୍ଘଦିନ କାମ କରୁଥିବା ମହିଳା
-ଅଧିକ ରାତ୍ରିରେ ଡିନର କରୁଥିବା ମହିଳା
ବୟସ ଓ PCOD
ପୂର୍ବରୁ କେବଳ ବିଳମ୍ବରେ ବିବାହ କରୁଥିବା ମହିଳାଙ୍କ କ୍ଷେତ୍ରରେ PCOD ସମସ୍ୟା ପରିଲକ୍ଷିତ ହେଉଥିଲା । ଆଜିକାଲି କିନ୍ତୁ ୧୫-୧୬ବର୍ଷ କିଶୋରୀ ମଧ୍ୟ PCODରେ ପୀଡ଼ିତ । ଫଳରେ ପିରିୟଡ୍ସ ଯନ୍ତ୍ରଣାଦାୟକ, ଅଧିକ ବ୍ଲିଡିଂ ବା ପିରିୟଡ ସ୍କିପ୍ ମଧ୍ୟ ହେବାର ସମ୍ଭାବନା ଥାଏ ।
ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ କି PCOD ?
-ଗର୍ଭଧାରଣର କ୍ଷମତା ହ୍ରାସ ପାଏ
-ହର୍ମୋନାଲ୍ ପରିବତ୍ତନ ଯୋଗୁଁ ଆଚରଣରେ ପରିବର୍ତ୍ତନ
-ଓବେସିଟି ବା ମେଦବହୁଳତା
-ସବୁ ସମୟରେ ଦୁର୍ବଳ ଅନୁଭବ କରିବା
-ପିରିୟଡ୍ସରେ କମ୍ କିମ୍ବା ଅଧିକ ବ୍ଲିଡିଂ ହେବା
*PCODକୁ ନିୟନ୍ତ୍ରଣ କରିବ ଯୋଗ *
ଯୋଗ ମାଧ୍ୟମରେ PCODର ଚିକିତ୍ସା ସମ୍ଭବ । ମାନସିକ ଓ ଶାରିରୀକ ସ୍ତରରକୁ ସୁସ୍ଥ ରଖେ ଯୋଗ ।
ବଟରଫ୍ଲାଏ ଆସନ(Butterfly Asana)
ବଟରଫ୍ଲାଏ ଆସନ ମହିଳାଙ୍କ ପାଇଁ ଖୁବ୍ ଲାଭ ଦାୟକ । କିନ୍ତୁ PCODରେ ପୀଡ଼ିତ ମହିଳା ଏହି ଆସନଟିକୁ ଧୀରେ ଧୀରେ ଓ ଦୀର୍ଘ ସମୟ ଯାଏଁ କରିବା ଉଚିତ୍ । ମଝିରେ ମଝିରେ ପୋଜିସନକୁ କିଛି ସମୟ ଯାଏଁ ହୋଲ୍ଡ କରି ରଖନ୍ତୁ । ଫଳରେ ଲୋୟର ପାର୍ଟର ଶିରାପ୍ରଶିରା ଗୁଡ଼ିକ ମଜବୁତ ହୋଇଥାଏ । ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ । ହରମୋନର ସ୍ତର ମଧ୍ୟ ନର୍ମାଲ୍ ରହିଥାଏ ।
ସୂର୍ଯ୍ୟ ନମସ୍କାର (Surya Namaskar)
ସାଧାରଣତଃ ସୂର୍ଯ୍ୟ ନମସ୍କାର ମନର ଏକାଗ୍ରତାକୁ ବଢାଇଥାଏ । କିନ୍ତୁ PCODରେ ପ୍ରଭାବିତ ମହିଳାଙ୍କ ପାଇଁ ସୂର୍ଯ୍ୟ ନମସ୍କାର ରାମବାଣ ସଦୃଶ । ଏହା ମାସିକ ଋତୁସ୍ରାବକୁ ନିୟମିତ କରିଥାଏ ।
ଚକ୍କି ଚଲାନ ଆସନ(CHAKKI CHALAN ASAN )
ଏହି ଆସନ କରିବା ଖୁବ୍ ସହଜ । PCOD ଚିକିତ୍ସା ପାଇଁ ଏହା ରାମବାଣ ସଦୃଶ । ଗର୍ଭ ଧାରଣ, ଅଣ୍ଡାଶୟ,କିଡ଼ନୀ ଓ ପେଟର ତଳ ଭାଗ ମାଂସପେଶୀ ସୁସ୍ଥ ରହିଥାଏ ।