ବଦଳିଲା ଦୂରଦର୍ଶନ ଲୋଗୋର୍ ରଙ୍ଗ

0

ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଲୋଗୋର ରଙ୍ଗ ପରିବର୍ତ୍ତନ ହୋଇଛି। ଦୀର୍ଘ ଦିନ ଧରି ରହି ଆସିଥିବା ଲୋଗୋ ରଙ୍ଗକୁ ବଦଳାଇ ଦିଆଯାଇଛି। ପୂର୍ବରୁ ଲୋଗୋରେ ନାଲି ରଙ୍ଗ ଥିବାବେଳେ ବର୍ତ୍ତମାନ ଗେରୁଆ କରାଯାଇଛି।

ଡିଡି ନ୍ୟୁଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏହି ଘୋଷଣା କରାଯାଇଛି। ଡିଡି ନ୍ୟୁଜ୍ ପୋଷ୍ଟରେ କହିଛି ଯେ, ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ, କିନ୍ତୁ ଆମେ ଏକ ନୂଆ ଅବତାରରେ। ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ, ଯାହା କେବେ ପୂର୍ବରୁ ହୋଇନାହିଁ… ନୂତନ DD ନ୍ୟୁଜର ଅଭିଜ୍ଞତା ନିଅନ୍ତୁ!

ତେବେ ବିରୋଧୀ ଦଳ ଏହି ପରିବର୍ତ୍ତନକୁ ନେଇ ରାଜନୈତିକ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟସଭା ସଦସ୍ୟ ତଥା ପ୍ରସାର ଭାରତୀ (DD, AIR)ର ପୂର୍ବତନ ସିଇଓ ଜବାହର ସିର୍କର କହିଛନ୍ତି, ଜାତୀୟ ପ୍ରସାରଣକାରୀ “ଗେରୁଆକରଣ” ଉପରେ ନଜର ରଖିଛନ୍ତି। ଏହା ପ୍ରସାର ଭାରତୀ ନୁହେଁ ପ୍ରଚାର ଭାରତୀ ବୋଲି ସେ କହିଛନ୍ତି।

ସେହିପରି 2012ରୁ 2014 ପର୍ଯ୍ୟନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥିବା କଂଗ୍ରେସର ମନୀଷ ତିୱାରୀ ମଧ୍ୟ ଏହି ପରିବର୍ତ୍ତନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ସରକାର ସରକାରୀ ସଂସ୍ଥାକୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.