ବିଧାନସଭାରେ ଗଣ୍ଡଗୋଳ, ୩୭୦ ବ୍ୟାନର ଦେଖାଇବା ପରେ ହାତାହାତି ପରିସ୍ଥିତି

0

ଶ୍ରୀନଗର (ଆମ ଟିଭି): ଜମ୍ମୁ-କଶ୍ମୀର ବିଧାନସଭାରେ ହାତାହାତି ପରିସ୍ଥିତି । ବିଧାନସଭାରେ ୩୭୦ ବ୍ୟାନରକୁ ନେଇ ହାଇଡ୍ରାମା ଆରମ୍ଭ ହୋଇଥିବା ବେଳେ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧକ୍କା ଏବଂ ମୁଥ ମରାମରି ପରିସ୍ଥିତି ସୃଷ୍ଟି ହୋଇଛି । ୩୭୦ ଧାରା ଉଚ୍ଛେଦ ପ୍ରସ୍ତାବକୁ ହଟାଇବାକୁ ନେଇ ଏଭଳି ହଙ୍ଗାମା ଆଜି ବିଧାନସଭାରେ ଦେଖିବାକୁ ମିଳିଛି ।

ତେବେ ୩୭୦ ଧାରା ଉଚ୍ଛେଦ ହେବା ପରେ ଦୀର୍ଘ ୬ ବର୍ଷ ପରେ ଜମ୍ମୁ କଶ୍ମୀର ବିଧାନସଭାରେ ଗତ ସେମାବାର ଠାରୁ ୫ ଦିନିଆ ଅଧିବେଶନ ଆରମ୍ଭ ହୋଇଛି । ଆଉ ଆଜି ଅଧିବେଶନ ୪ର୍ଥ ଦିନରେ ବିରୋଧୀ ଓ ଶାସକଙ୍କ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଛି । ବାରାମୁଲା ଲୋକସଭା ସାଂସଦ ଇଂଜିନିୟର ରାର୍ସିଦଙ୍କ ଭାଇ ତଥା ବିଧାୟକ ଖୁର୍ସିଦ୍ ଅହମ୍ମଦ ଶେଖ୍ ଗୃହରେ ୩୭୦ ଧାରାର ଏକ ବ୍ୟାନର ଦେଖାଇବା ପରେ ଏହି ହଙ୍ଗାମା ଆରମ୍ଭ ହୋଇଥିଲା । ଏହି ବ୍ୟାନର ଦେଖାଇବାକୁ କିଛି ବିଜେପି ନେତା ଏବଂ ବିରୋଧୀ ଦଳ ନେତା ସୁନିଲ ଶର୍ମା ତୀବ୍ର ବିରୋଧ କରିଥିଲେ । ଏହା ପରେ ସ୍ଥିତି ଏପରି ହୋଇଥିଲା ଯେ ଗୃହ ମଝିରେ ବିରୋଧୀ ଓ ଶାସକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.