ମୌସୁମୀ ଅଧିବେସନରେ ଗୃହରେ ହଙ୍ଗାମା, ୧୯ ସାଂସଦ ନିଲମ୍ବିତ କଲେ ଉପ-ବାଚସ୍ପତି
ନୂଆଦିଲ୍ଲୀ(ଆମ ଟିଭି): ମୌସୁମୀ ଅଧିବେସନରେ ଗୃହରେ ହଙ୍ଗାମା। ୧୯ ସାଂସଦ ନିଲମ୍ବିତ କଲେ ଉପ-ବାଚସ୍ପତି। ଦରଦାମ ବୃଦ୍ଧି, ବେରୋଜଗାରୀ, ଜିଏସଟି, ଓ ଯାଞ୍ଚ ଏଜେନ୍ସି ଗୁଡିକର କାର୍ଯ୍ୟପନ୍ଥାକୁ ନେଇ ସାଂସଦଙ୍କୁ ୧ ସପ୍ତାହ ପାଇଁ ସଂସଦରୁ ନିଲମ୍ବନ କରିଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ସୋମବାର ୪ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଅଛନ୍ତି ତୃଣମୂଳ କଂଗ୍ରେସ ଓ ଡିଏମକେର ସାଂସଦ । ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ଧାରା ୨୫୬ ଅଧିନରେ ସେମାନଙ୍କୁ ନିଲମ୍ବନ କରାଯାଇଛି ।
ସୂଚନା ଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନରେ ଦରଦାମ ବୃଦ୍ଧି, ଜିଏସ୍ଟି ଏବଂ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଜୋରଦାର ହଙ୍ଗାମା କରିଥିଲେ ବିରୋଧି। କିଛି ସାଂସଦ ଆଲୋଚନା ଚାଲିଥିବା ବେଳେ ଗୃହର ମଧ୍ୟ ଭାଗକୁ ଆସି ସ୍ଲୋଗାନ ଦେବା ସହ ହୋହାଲ୍ଲା କରୁଥିଲେ। ଏଥିଯୋଗୁ ରାଜ୍ୟସଭାର ୧୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ତ୍ରୁଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ୍, ଡୋଲା ସେନ୍, ମୂରଲିଧରନ୍, ଅବିର ବିଶ୍ୱାସ, ମୌସମ ନୁର୍, ଶାନ୍ତା ଛେତ୍ରୀ, ମହମ୍ମଦ ଅବଦୁଲ୍ଲା, କାନିମୋଝି, ଏଲ୍ ଯାଦବ, ଭି.ଶିବଦସନ୍ ସମେତ ଅନ୍ୟାନ୍ୟ ସାଂସଦ ଅଛନ୍ତି।