ଯାଞ୍ଚ ଏଜେନ୍ସିର ଚାର୍ଜସିଟ୍ ସାର୍ବଜନୀନ ହେବ ନାହିଁ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ରୀୟ ଏଜେନ୍ସି ଓ ପୋଲିସ ଦ୍ୱାରା ଦାଖଲ ଚାର୍ଜ ସିଟ୍ ସାର୍ବଜନୀନ କରାଯାଇପାରିବ ନାହିଁ । ଏଥିପାଇଁ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନର ଶୁଣାଣି କରିବାକୁ କୋର୍ଟ ମନା କରିଦେଇଛନ୍ତି । ଜଷ୍ଟିସ ଏମଆର ଶାହ ଏବଂ ଜଷ୍ଟିସ ସିଟି ରବିକୁମାର ନିଜ ରାୟରେ କହିଛନ୍ତି, ଯଦି ଚାର୍ଜସିଟ୍ ସେହି ଲୋକଙ୍କୁ ଦିଆଯିବ ଯେଉଁମାନେ ମାମଲା ସହ ସମ୍ପର୍କିତ ନୁହେଁ ସେମାନେ ଏହାର ଦୁରୂପଯୋଗ କରିପାରନ୍ତି ।

ଶୀର୍ଷ ଅଦାଲତ କହିଛନ୍ତି, ଚାର୍ଜସିଟକୁ କାହାକୁ ଦିଆଯାଇପାରିବ ନାହିଁ । ଏଫଆଇଆର ପ୍ରଦାନ କରାଯାଇଥାଏ, ଏଥିପାଇଁ ଅଦାଲତ ଏକ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ପ୍ରସଙ୍ଗ ଉପରେ ଗତବର୍ଷ ପିଏମଏଲଏରେ ନିଷ୍ପତ୍ତି ନିଆଯାଇଥିଲା । ଏହାକୁ ସେତେବେଳେ ଶୀର୍ଷ ଅଦାଲତର ତିନି ଜଣିଆ ଖଣ୍ଡପୀଠ ପାରିତ କରିଥିଲା । ଏଥିରେ ସଫା ସଫା କୁହାଯାଇଥିଲା ସାର୍ବଜନୀନ କରିବା କାରଣରୁ ଏହାର ଭୁଲ ବ୍ୟବହାର କରାଯାଇପାରେ ।

Leave A Reply

Your email address will not be published.