ରଥରେ ଫିଟିଲା ବିଦ୍ୟାରାଣ, ହଲରେ ଦର୍ଶକଙ୍କ ପ୍ରବଳ‌ ଭିଡ 

0

ଭୁବନେଶ୍ବର (ଆମ ଟିଭି): ଶେଷରେ ଫିଟିଛି ବିଦ୍ୟାରାଣ । ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷୀତ ଓଡିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ । ସାରା ଓଡିଶାର ୭୦ଟି ସିନେମା ହଲରେ ଏକକାଳୀନ ଏହା ମୁକ୍ତିଲାଭ କରିଛି । ବାବୁସାନ-ଶିବାନୀଙ୍କ ଅଭିନୀତ ଏହି ସିନେମାକୁ ଦେଖିବାକୁ ପ୍ରେକ୍ଷାଳୟରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଦର୍ଶକଙ୍କ ଭିଡକୁ ଦେଖି ରିଲିଜ ଦିନରୁ ହିଁ ଏହା ସୁପରହିଟ୍ ହୋଇଛି ବୋଲି କୁହାଯାଇପାରେ । 

ତଥ୍ୟ ପ୍ରଡକ୍ସନ ବ୍ୟାନରରେ ନିର୍ମିିତ ହୋଇଛି ‘ବିଦ୍ୟାରାଣ’ । ଯେଉଁଥିରେ ବାବୁସାନ ଜବରଦସ୍ତ ଲୁକରେ ଆସିଥିବା ବେଳେ ଶିବାନୀଙ୍କ ଅଭିନୟ ବି ବେଶ ଦମଦାର ହୋଇଛି । ସିନେମା ପ୍ରିମିୟର ପାଇଁ ମହାରାଜା ସିନେମା ହଲ ସାମ୍ନାରେ ବାବୁସାନ-ଶିବାନୀ ପହଂଚିବା ପରେ ସେଠାରେ ଦର୍ଶକଙ୍କ ଭିଡ ଲାଗିଥିଲା । ଅନେକ ଦିନର ବ୍ୟବଧାନ ପରେ ସୁପରଷ୍ଟାର ବାବୁସାନ-ଶିବାନୀ ଯୋଡିକୁ ଦର୍ଶକେ ବଡ ପରଦାରେ ଦେଖିବାକୁ ପାଇବେ । ନିରଂଜନ ନାୟକ ଏହାର ପ୍ରଯୋଜକ ଥିବା ବେଳେ କାହାଣୀ ପରିକଳ୍ପନା ସହ ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତି ଦାସ । ପୂର୍ବରୁ ଜ୍ୟୋତିଙ୍କ ସହ ଶିବାନୀ କାମ କରି ସାରିଥିବା ବେଳେ ବାବୁସାନ ପ୍ରଥମ ଥର ଜ୍ୟୋତିଙ୍କ ନିର୍ଦ୍ଦେଶନାରେ ଅଭିନୟ କରିଛନ୍ତି । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରରେ ସଂଳାପ ଲେଖିଥିବା ବେଳେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ । ଫିଲ୍ମରେ ବାବୁସାନ ନିଜେ ଗୀତ ଗାଇଥିବା ବେଳେ ସ୍ୱୟଂ ପାଢ଼ୀ, ଅସୀମା ପଣ୍ଡା, ଅନନ୍ୟା, ଲିପ୍ସା , ଗୌରବ ଓ ହ୍ୟୁମାନ ସାଗର ପ୍ରମୁଖ କଣ୍ଠଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତ୍ତମ ମହାନ୍ତି, ସାହେବ, ରାଜା, ସୁଜିତ, ପୁପୁଲ, ପ୍ରିୟଙ୍କା, ପିୟୁଷ, ବିଭୁ, ମାନ୍ୟତା ପ୍ରମୁଖ ଭିନ୍ନ ଭିନ୍ନ ଭୁମିକାରେ ନଜର ଆସିଛନ୍ତି । ଆକ୍ସନ, ରୋମାନ୍ସ ଓ ଇମୋସନକୁ ନେଇ ସିନେମାଟି ସୁପରହିଟ୍ ହୋଇଛି ବୋଲି କ୍ରିଏଟିଭ ହେଡ ପ୍ରଣୟ ଜେଠୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.