ChatGPTର ସିଇଓ ସାମ ଅଲ୍ଟମ୍ୟାନଙ୍କୁ ବହିଷ୍କାର କଲା କମ୍ପାନୀ
ନୂଆଦିଲ୍ଲୀ (ଆମ ଟିଭି ): ChatGPT ନେଲା ବଡ଼ କାର୍ଯ୍ୟାନୁଷ୍ଠାନ । ChatGPT ର ନିର୍ମାତା OpenAI ର ବୋର୍ଡ ଶୁକ୍ରବାର ବିଳମ୍ବିତ ରାତିରେ ସିଇଓ ସାମ ଅଲ୍ଟମ୍ୟାନଙ୍କୁ ହଟାଇ ଦେଇଛି । ସେ କମ୍ପାନୀର ସହ-ପ୍ରତିଷ୍ଠାତା ଅଟନ୍ତି । ଓପନଏର ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ ମୀରା ମୁର୍ତ୍ତୀ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ସିଇଓ ଭାବରେ କାର୍ଯ୍ୟ କରିବେ । କମ୍ପାନୀ କହିଛି ସ୍ଥାୟୀ ସିଇଓ ନମିଳିବା ଯାଏ ମୀରା ମୂର୍ତ୍ତି ଏହି ପଦ ସମ୍ଭାଳିବେ । ଏହି ଘୋଷଣା ଓପନ୍ ଏଇ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛି । ସେମାନେ କମ୍ପାନୀର ବ୍ଲଗ୍ ରୁ ପ୍ରମୁଖ ପରିଚାଳନାର ଏହି ନିଷ୍ପତି ବାବଦରେ ଜାଣିବାକୁ ପାଇଲେ ।
OpenAI ନିଜ ବ୍ଲଗରେ ଲେଖିଛି ‘ବହୁ ବିଚାର ବିମର୍ଶ ପରେ ଆଲ୍ଟମ୍ୟାନଙ୍କୁ ଏହି ପଦବୀରୁ ହଟାଇବାକୁ କମ୍ପାନୀର ବୋର୍ଡ ନିଷ୍ପତ୍ତି ନେଇଛି । ସମୀକ୍ଷା ବୈଠକରେ ବୋର୍ଡ ସଦସ୍ୟମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ସାମ ସେମାନଙ୍କ ସହ ଠିକ ଭାବରେ ଯୋଗାଯୋଗ କରୁଅନାହାନ୍ତି । ଯାହା ବୋର୍ଡକୁ ଏହାର ଦାୟିତ୍ ନିର୍ବାହ କରିବାରେ ବାଧା ସୃଷ୍ଟି କରୁଛି ।‘ ଆଲ୍ଟମ୍ୟାନଙ୍କ ଦକ୍ଷତା ଉପରେ ବୋର୍ଡର ଆଉ ବିଶ୍ୱାସ ନାହିଁ, ତେଣୁ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଲା ।