ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଚିତା

0

ଜୋହନେସ୍‌ବର୍ଗ: ଚିତା ପ୍ରକଳ୍ପ ନିମନ୍ତେ ଭାରତକୁ ଶତାଧିକ ଚିତା ପଠାଇବା ଲାଗି ରାଜିନାମା ହୋଇଥିବା କଥା ଗୁରୁବାର ଦିନ ଦକ୍ଷିଣ ଆଫ୍ରିକା କହିଛି।
ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ କହିଛି, ଗତବର୍ଷ ସେପ୍ଟେମ୍ବର ମାସରେ ନାମିବ୍ୟାରୁ ୮ ଚିତା ପଠାଯିବାର ପରେ ଆସନ୍ତା ମାସରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଉ ୧୨ଟି ଚିତା ବିମାନ ଯୋଗେ ଭାରତକୁ ସ୍ଥାନାନ୍ତର କରାଯିବ।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ପରିବେଶ ମନ୍ତ୍ରାଳୟ କହିଛି, ଚିତାସଂଖ୍ୟା ବୃଦ୍ଧି ନିମନ୍ତେ ଆଗାମୀ ୮ରୁ ୧୦ ବର୍ଷ ଧରି ବାର୍ଷିକ ୧୨ଟି ଚିତା ପଠାଯିବା ଲାଗି ଯୋଜନା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଏକଦା ଭାରତ ଥିଲା ଏସୀୟ ଚିତାଙ୍କ ଚରାଭୂଇଁ। ବାସସ୍ଥାନ କ୍ଷୟ ଏବଂ ଛାଲ ପାଇଁ ଶିକାର ଯୋଗୁଁ କ୍ରମଶଃ ଭାରତରୁ ଚିତା ସଂଖ୍ୟା ହ୍ରାସ ପାଇବା ପରେ ୧୯୫୨ରେ ଏହି ଜନ୍ତୁ ବିଲୁପ୍ତ ବୋଲି ଘୋଷଣା କରାଯାଇଥିଲା।

ଦେଶରେ ସାବଧାନତା ସହକାରେ ଚୟନ କରାଯାଇଥିବା ସ୍ଥାନକୁ ଚିତାର ଉପପ୍ରଜାତି ଆଫ୍ରିକୀୟ ଚିତା ଆଣି ପରୀକ୍ଷାମୂଳକ ଭାବେ ଛଡ଼ାଯାଇ ପାରେ ବୋଲି ସୁପ୍ରିମ୍‌ କ‌ୋର୍ଟ ରାୟ ଦେବାରୁ ୨୦୨୦ରେ ଏହି ଜନ୍ତୁକୁ ଅଣାଯିବା ଲାଗି ତତ୍ପରତା ପ୍ରକାଶ ପାଇଥିଲା।

Leave A Reply

Your email address will not be published.