ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଦେଇଛି ଚାନ୍ଦା

0

ନୂଆଦିଲ୍ଲୀ (ଆମ ଟିଭି): ଇଲେକ୍ଟୋରାଲ ବଣ୍ଡ୍‌ର ସବିଶେଷ ତଥ୍ୟ ସାର୍ବଜନୀନ ହେବା ପରେ ପ୍ରତିଦିନ ଏହା ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବଣ୍ଡ୍‌ଗୁଡିକର ସବିଶେଷ ତଥ୍ୟରୁ ଏହା ମଧ୍ୟ ଜଣାପଡୁଛି ଯେ କେଉଁ କମ୍ପାନୀଗୁଡିକ କେଉଁ ରାଜନୈତିକ ଦଳମାନଙ୍କୁ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଅର୍ଥ ପ୍ରଦାନ କରିଛନ୍ତି। ଏହି କ୍ରମରେ ଚେନ୍ନାଇ ସୁପର କିଙ୍ଗ୍ସର ନାମ ମଧ୍ୟ ଇଲେକ୍ଟୋରାଲ ବଣ୍ଡ୍‌ ତାଲିକାରେ ସ୍ଥାନ ପାଇଛି। ଚେନ୍ନାଇ ସୁପର କିଙ୍ଗ୍ସକୁ ଚେନ୍ନାଇ ସୁପର କିଙ୍ଗ୍ସ କ୍ରିକେଟ ଲିମିଟେଡ ନାମକ ଏକ କମ୍ପାନୀ ପରିଚାଳିତ କରେ। ଯାହାର ପ୍ୟାରେଣ୍ଟ ଅରଗାନାଇଜେଶନ ହେଉଛି ଇଣ୍ଡିଆ ସିମେଣ୍ଟ।

ଚେନ୍ନାଇ ସୁପର କିଙ୍ଗ୍ସ ତାମିଲନାଡୁର ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ ମୁନେତ୍ର କଡଗମ’ ଅର୍ଥାତ୍‌ ଏଆଇଏଡିଏମ୍‌କେକୁ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଟଙ୍କା ଦେଇଛି। ଦ ହିନ୍ଦୁ ରିପୋର୍ଟ ଅନୁଯାୟୀ, ଏଆଇଏଡିଏମ୍‌କେକୁ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ୬.୦୫ କୋଟି ଟଙ୍କା ମିଳିଛି। ଏହି ଅର୍ଥର ଅଧିକାଂଶ ଅଂଶ ଚେନ୍ନାଇ ସୁପର କିଙ୍ଗ୍ସ କ୍ରିକେଟ ଲିମିଟେଡ (ଇଣ୍ଡିଆ ସିମେଣ୍ଟ ଲିମିଟେଡ୍‌ର ନିର୍ଦ୍ଦେଶକ) ରୁ ଆସିଛି।

Leave A Reply

Your email address will not be published.