ଭୁବନେଶ୍ୱର (ଆମ ଟିଭି): ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । ସୁବର୍ଣ୍ଣପୁର ଜିଲ୍ଲା ତରଭା ସବରେଜିଷ୍ଟ୍ରି ଅଫିସର ମୁଖ୍ୟ କିରାଣୀ ଶିବପ୍ରସାଦ ଗୁରୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୨୪ ହଜାର ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ ।
ଜମି ପଞ୍ଜିକରଣ ପାଇଁ ପ୍ରଦୀପ ଙ୍କ ଠାରୁ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିସ ସବରେଜିଷ୍ଟ୍ରି ଅଫିସରେ ଚଢାଉ କରିଥିଲା । ଶିବ ଙ୍କୁ ସୋନପୁର ଭିଜିଲାନ୍ସ ଅଫିସ କୁ ଆଣି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ ।