ଗାନ୍ଧୀନଗର(ଆମ ଟିଭି): ଗୁଜୁରାଟ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ମାହୋଲ ସେତେ ସର ଗରମ ହେବାରେ ଲାଗିଛି। ଏହାରି ଭିତରେ ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ନିର୍ବାଚନ ନ ଲଢିବା ନେଇ ଘୋଷଣା କରିଛନ୍ତି। ନୀତୀନ ପଟେଲ ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର ପାଟିଲଙ୍କୁ ଚିଠି ଲେଖି ନିର୍ବାଚନ ଲଢିବା ପାଇଁ ଚାହୁଁ ନଥିବା କହିଛନ୍ତି।
ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କହିଛନ୍ତି, ‘ସମସ୍ତଙ୍କ ସହଯୋଗରେ ମୁଁ ପାଞ୍ଚ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛି । ଏହି ନିର୍ବାଚନରେ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଉ । ମୁଁ ନିର୍ବାଚନ ଲଢିବି ନାହିଁ, ବରିଷ୍ଠଙ୍କୁ ଚିଠି ଲେଖି ମୁଁ ଅବଗତ କରାଇ ସାରିଛି । ଆମେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କାମ କରିବୁ’। ନୀତୀନ ଭାଇ ପଟେଲ କହିଛନ୍ତି, ‘ଚଳିତ ଥର ନୂଆ କାର୍ଯ୍ୟକର୍ତ୍ତାଙ୍କୁ ସୁଯୋଗ ଦେବା ପାଇଁ ମୁଁ ଏବଂ ବିଜୟ ରୂପାଣୀ ନିର୍ବାଚନ ଲଢିବୁ ନାହିଁ ‘।