ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ

0

ଭୁବନେଶ୍ୱର (ଆମ ଟିଭି): ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ବିୟୋଗ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସେହିପରି ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ରାଜ୍ୟ ତଥା ସଙ୍ଗୀତ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ।

ସୂଚନା ଅନୁଯାୟୀ ଅଭିଜିତ ମଜୁମଦାର ଓଡ଼ିଶାର ଜଣେ ଅତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଏବଂ କଣ୍ଠଶିଳ୍ପୀ ଥିଲେ। ତାଙ୍କୁ ଓଡ଼ିଆ ସଙ୍ଗୀତ ଜଗତର ‘ମେଲୋଡି କିଙ୍ଗ୍’ କୁହାଯାଉଥିଲା, ଯିଏ ଶତାଧିକ ସୁପରହିିଟ୍ ଗୀତ ଭେଟି ଦେଇଛନ୍ତି। ସେ ନିଜର ସଙ୍ଗୀତ ଯାତ୍ରା ଆଲବମ୍ ଦୁନିଆରୁ ଆରମ୍ଭ କରିଥିଲେ। ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ପ୍ରତିଷ୍ଠିତ ନାଁ ହୋଇପାରିଥିଲେ।

ସେ ଶାସ୍ତ୍ରୀୟ ସଙ୍ଗୀତ ଠାରୁ ଆରମ୍ଭ କରି ଚୁଲବୁଲିଆ ଧୂନ୍ ପର୍ଯ୍ୟନ୍ତ ସବୁ ପ୍ରକାର ଗୀତରେ ସିଦ୍ଧହସ୍ତ ଥିଲେ। ଓଡ଼ିଆ ସଙ୍ଗୀତରେ ଆଧୁନିକ ବାଦ୍ୟଯନ୍ତ୍ର ଏବଂ ପାଶ୍ଚାତ୍ୟ ଶୈଳୀର ସମନ୍ୱୟ ରକ୍ଷା କରିବାରେ ତାଙ୍କର ବଡ଼ ଭୂମିକା ଥିଲା। ତାଙ୍କ ନିର୍ଦ୍ଦେଶନାରେ ଅନେକ ଜଗନ୍ନାଥ ଭଜନ ଏବଂ ରୋମାଣ୍ଟିକ୍ ଆଲବମ୍ ଗୀତ ଘରେ ଘରେ ପରିଚିତ ହୋଇପାରିଛି।

Leave A Reply

Your email address will not be published.