ନୂଆଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି: ଆକାଉଣ୍ଟକୁ ଆସିଲା କାଳିଆ ଟଙ୍କା

0

ଭୁବନେଶ୍ୱର (ଆମ ଟିଭି): ନୂଆଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ବଡ଼ ଭେଟି । ମିଳିଲା କାଳିଆ ଯୋଜନାର ଟଙ୍କା ।ରାଜ୍ୟର ବିବିନ୍ନ ଚାଷୀଙ୍କୁ ୮୬୯ କୋଟି ଟଙ୍କା ଦିଆଯାଇଛି। ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଛି। ୪୧ ଲକ୍ଷ ଛୋଟ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ କାଳିଆ ଟଙ୍କା ସରକାର ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆଁଖାଇ ମାଟି ମାଆର ପର୍ବ, ଚାଷୀ ଆମର ଗର୍ବ ଓ ଗୌରବ।

ଗତ ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିଥିଲା ୮୦୦ କୋଟି ଟଙ୍କା। ସେପଟେ ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ସବୁ ପ୍ରକାରର ସରକାରୀ ସହାୟତା ଦେବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାସରିଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି। ଫସଲ ହାନୀର କ୍ଷୟକ୍ଷତି ରିପୋର୍ଟ୍ ମିଳିସାରିଛି। ତେଣୁ ଉନ୍ନତମାନର ଏବଂ ହାଇବ୍ରିଡ ବିହନ କେମିତି ଚାଷୀଙ୍କ ପାଖରେ ପହଞ୍ଚିବ ତାକୁ ପ୍ରାଥମିକତା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ନୂଆଖାଇରେ ଚାଷୀଙ୍କୁ ଏଭଳି ଭେଟିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।

 

Leave A Reply

Your email address will not be published.