କଟକ (ଆମ ଟିଭି): ବାଲିଯାତ୍ରା ଉଦ୍ଘାଟନୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ଅତିଥି ସିଲ୍ଭର୍ ସିଟି ବୋଟ୍ କ୍ଲବ୍ରୁ ବୋଇତ ଯୋଗେ ଗଡ଼ଗଡିଆ ଘାଟରେ ପହଞ୍ଚିଥିଲେ। ସେଠାରୁ ଅତିଥିଙ୍କୁ ଦକ୍ଷିଣ ଏସିୟ ପାଭିଲିୟନ ସମେତ ଓର୍ମାସ୍ ଓ ଗଣକବି ବୈଷ୍ଣବ ପାଣି ମଞ୍ଚକୁ ନେବା ପାଇଁ ବ୍ୟାଟିରି ଚାଳିତ ଗାଡି ବ୍ୟବସ୍ଥା କରାଯାଇଥିଲା। ହେଲେ ଗାଡିରେ ଅତିଥିଙ୍କ ସଂଖ୍ୟା ଆବଶ୍ୟକଠାରୁ ଥିବାରୁ ଅସନ୍ତୋଷ ହୋଇ ବ୍ୟାଟେରୀ ଚାଳିତ ଗାଡ଼ିରୁ ମୁଖ୍ୟମନ୍ତ୍ରୀ ଓହ୍ଲାଇ ଦକ୍ଷିଣ ଏସିୟ ପାଭିଲିୟନ ପର୍ଯ୍ୟନ୍ତ ଚାଲିକି ଯାଇଥିଲେ।
ପରେ ସେଠାରୁ ମଞ୍ଚ ପର୍ଯ୍ୟନ୍ତ ଗାଡିରେ ଯାଇଥିଲେ। ମଞ୍ଚରେ ମୁଖ୍ୟମନ୍ତ୍ରୀ କଟକର ପ୍ରସିଦ୍ଧ ଦହିବରା ବିଷୟରେ କହିଥିଲେ। କଟକ ଆସି ଦହିବରା ନ ଖାଇଲେ ମଜା ଆସିବ ନାହିଁ। କିନ୍ତୁ ଦହିବରା ବ୍ୟବସ୍ଥା କରାଯାଇ ନ ଥିବା ଓ ଦହିବରା ଖାଇବାର ସୁଯୋଗ ନ ମିଳିବାରୁ ସାମାନ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ମାଝୀ। ପୂର୍ବରୁ ଯେବେ କଟକ ଆସିଛନ୍ତି ସେବେ ଦହିବରାର ମଜା ଚାଖିଥିବା ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି।