ଆସନ୍ତାକାଲି ଆସ୍କା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗସ୍ତକୁ ନେଇ ଗଞ୍ଜାମରେ ପ୍ରସ୍ତୁତି ଜୋରଦାର

0

ଗଞ୍ଜାମ (ଆମ ଟିଭି): ଆସନ୍ତାକାଲି ଆସ୍କା ଯିବେ ମୁଖ୍ୟମନ୍ତ୍ରୀ ।  ଗଞ୍ଜାମ ଜିଲ୍ଲାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି ।  ଏନେଇ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର କରାଯାଇଛି।  ଜିଲ୍ଲାର ଯୁବ ଶକ୍ତିଙ୍କୁ ଦିଗ ମାର୍ଗଦର୍ଶନ କରିବେ ମୁଖ୍ୟମନ୍ତ୍ରୀ।

ଆସନ୍ତାକାଲି ସକାଳ ୯ଟା ୩୦ମିନିଟ୍ ରେ ଆସ୍କା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକଲ୍ୟରେ ଯୁବ ଶକ୍ତି ସମାବେଶ ଅନୁଷ୍ଠିତ ହେବ।  କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦିଗ୍ ଦର୍ଶନ କରିବେ। ପରେ ମାଆ ଖମ୍ବେଶ୍ୱରୀଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.