ଭୁବନେଶ୍ୱର(ଆମ ଟିଭି): ଆଇଏଏସମାନଙ୍କୁ ମନ୍ତ୍ରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ଆଇଏଏସ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବା ସହ ସଶକ୍ତ ଓଡ଼ିଶା ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କମ ସମୟ ମଧ୍ୟରେ ବିକାଶମୂଳକ ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି ଓ ଲୋକଙ୍କ ପାଖରେ ପହଞ୍ଚୁଛି ତାହା ଫୋକସରେ ରହିବା ଆବଶ୍ୟକ । ଆଉ ଏହି ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ଗୁଡିକ ମଧ୍ୟରେ ପ୍ରତିଯୋଗିତା ମନୋଭାବ ରହିବା କଥା । କ୍ରୀଡା, ସ୍ୱାସ୍ଥ୍ୟସେବା, ସ୍କୁଲ ରୂପାନ୍ତରଣ, ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ଫସଲ ଉତ୍ପାଦନ, କୋଭିଡ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନୁକରଣୀୟ ମଡେଲ ପାଲଟିଛି ।
୫-ଟି ଓ ମୋ ସରକାର ଜରିଆରେ କେବଳ ପରିବର୍ତ୍ତନ ଆସିନି ବରଂ ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚି ପାରୁଛି । ଜିଲ୍ଲାସ୍ତରରେ ଅଧିକାରୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝିବା ସହ ଏହାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ କିଭଳି ଦ୍ରୁତ ଗତିରେ ସମାଧାନ କରାଯାଇପାରିବ ସେ ଦିଗରେ କାର୍ୟ୍ୟ କରିବା ଆବଶ୍ୟକ ।