ଗଞ୍ଜାମ (ଆମ ଟିଭି): ଆଜି ଗଞ୍ଜାମ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ୟ୍ୟନଗରରେ ଆୟୋଜିତ ହୋଇଥିବା କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ । କବିସୂର୍ୟ୍ୟନଗର ପରେ ହିଞ୍ଜିଳି ଏବଂ ଶେଷ କାର୍ୟ୍ୟକ୍ରମ ଛତ୍ରପୁର ରହିଛି । ଜିଲ୍ଲାରେ ୧ ହଜାର ୯୫୨ କୋଟି ୮୯ ଲକ୍ଷ ଟଙ୍କାର ୮୨୫ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
୨୨ ହଜାର ୨ ଶହ ସ୍ୱୟଂ ସହାୟକ ଗୋଷ୍ଠୀର ୨ କୋଟି ୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୬୧୯ କୋଟି ଟଙ୍କାର ବିନା ସୁଧରେ ଋଣ ଓ ସହାୟତା ପ୍ରଦାନ କରିବା ସହିତ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ସମାବେଶରେ ହଜାର ହଜାର କର୍ମୀ ଓ ନେତାଙ୍କୁ ଏକାଠି କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି ଦଳ ।