ମୁମ୍ବାଇ(ଆମ ଟିଭି): ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ମୁମ୍ବାଇ ଗସ୍ତରେ ଅଛନ୍ତି ନବୀନ । ଗତକାଲି ମୁମ୍ବାି ଗସ୍ତରେ ଯାଇଥିବା ନବୀନ ପଟ୍ଟନାୟକ ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ୟ୍ୟାଳୟ ପରିଦର୍ଶନ କରିଛନ୍ତି । ବିଏସଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ସାକ୍ଷାତ କରିବା ସହ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳ ୧୦ଟା ୫୯ରେ ଓପନିଂ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ।

ଓପନିଂ ବେଲ୍ ରିଂ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଲାଲ ଷ୍ଟ୍ରିଟରେ ଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ନବୀନଙ୍କର ଏହା ଥିଲା ପ୍ରଥମ ଗସ୍ତ । ସାଧାରଣତଃ ଷ୍ଟକ୍ ଏକ୍ସଚେଞ୍ଜରେ କୌଣସି କଂପାନୀର ଲିଷ୍ଟିଂ ହେଲେ କିମ୍ବା ଓଚଙ ଇସ୍ୟୁ ହେଲେ କଂପାନୀର କର୍ମକର୍ତ୍ତା ଓ ପ୍ରମୋଟର ବେଲ ରିଂ କରିଥାନ୍ତି । ଏହାସହ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ବିଏସଇ ବେଲ୍ ବଜାଇ ସ୍ୱାଗତ କରିଥାଏ । ବମ୍ବେ ଷ୍ଚକ୍ ଏକ୍ସଚେଞ୍ଜରେ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ବେଲ୍ ବଜାଇବାରେ ନବୀନ ହେଉଛନ୍ତି ପ୍ରଥମ ।