ଭୁବନେଶ୍ୱର (ଆମ ଟିଭି): ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ଓଡ଼ିଶାରେ ଚାଲିବ ମେଟ୍ରୋ ଟ୍ରେନ୍ । ରାଜ୍ୟ ସରକାରଙ୍କ ଡ୍ରିମ ମେଟ୍ରୋ ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ରତାଗଡ ଲେଙ୍କା ସାହିରେ ପଡିବ ଭିତିପ୍ରସ୍ତର । ମୁଖ୍ୟମନ୍ତ୍ରୀ ଆଜି ରୋଡ ସୋ’ କରିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି । ଏଥିପାଇଁ ବିଜେଡି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି ।
ରୋଡ ସୋ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ୧୨ଟି ସ୍ଥାନରେ ବିଜେଡି ପକ୍ଷରୁ ବ୍ୟାପକ ବନ୍ଦେବସ୍ତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ନେତାଜୀ ବସ୍ ଟର୍ମିନାଲ ପର୍ୟ୍ୟନ୍ତ ମେଟ୍ରୋ ରେଳ ସଂଯୋଗ ନେଇ ବଡ଼ ଘୋଷଣା କରିପାରନ୍ତି । ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆକୁ ପର୍ୟ୍ୟନ୍ତ ମେଟ୍ରୋ ଟ୍ରେନ ଗଡିବା ନେଇ ଯୋଜନା କରାଯାଇଛି ।