ଓକିଲ ଆନ୍ଦୋଳନ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, ବିଜେପି

0

ଭୁବନେଶ୍ୱର  : ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ସ୍ପର୍ଶକାତର ଘଟଣା ହୋଇଥିବା ବେଳେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି ସାଂସଦ । ଏପରିକି ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ।

ବିଜେପି ପକ୍ଷରୁ ଆଜି ନୂଅଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏଥିରେ ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ସୁରେଶ ପୂଜାରୀ ଏପରି ଅଭାବନୀୟ ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀରବତା ଯୋଗୁଁ ଏଭଳି ଘଟିଲା । ଠିକ୍ ସମୟରେ ପଦକ୍ଷେପ ନିଆଯାଇଥିଲେ ଏହାକୁ ଏଡ଼ାଇ ହୋଇଥାନ୍ତା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.