ବିଧାନସଭାରେ ୟୁସିସି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ସ୍କୁଷ୍କର ସିଂ ଧାମୀ

0

ନୂଆଦିଲ୍ଲୀ(ଆମ ଟିଭି): ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଡେରାଡୁନସ୍ଥିତ ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା(ୟୁସିସି) ଉତ୍ତରାଖଣ୍ଡ ୨୦୨୪ ବିଧେୟକ ଆଗତ କରିଛନ୍ତି। ବିଧେୟକ ଆଗତ ହେବା ପରେ ବିଧାନସଭାରେ ବିଧାୟକମାନେ ‘ବନ୍ଦେ ମାତରମ୍’ ଓ ‘ଜୟ ଶ୍ରୀରାମ’ ନାରା ଲଗାଇଥିଲେ।

ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୟୁସିସି ବିଲ୍କୁ ଆଗତ କରିଛନ୍ତି। ଏହି ସମୟରେ ବିରୋଧୀ ବିଧାୟକମାନେ ଲଗାତର ଭାବେ ଗୃହରେ ହଟ୍ଟଗୋଳ କରିଥିଲେ। ବିରୋଧୀ ଦଳ ନେତା ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏକକ ନାଗରିକ ସଂହିତା ଅଧ୍ୟୟନ ପାଇଁ ଗୃହ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

Leave A Reply

Your email address will not be published.