ପୂର୍ବ ସରକାରଙ୍କୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ, କହିଲେ ବିରୋଧୀଙ୍କୁ ଟିକେ ହଜମ ଗୁଲି ଦରକାର

0

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ସୁଭଦ୍ରା’ ଯୋଜନାର ୨ୟ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମ ଜିଲା ବ୍ରହ୍ମପୁର ବିବେକ ବିହାରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି,ପୂର୍ବ ସରକାର କେବଳ ସ୍ଲୋଗାନରେ ଚାଲିଥିଲା। ୨୪ ବର୍ଷରେ ନବୀନ ସରକାର ସ୍ଲୋଗାନରେ ସୀମିତ ଥିଲା। ୯ ମାସର ଆମ ସରକାର କୋଟିଏ ମହିଳାଙ୍କ ପାଖରେ ପହଞ୍ଚିଛି। ଲକ୍ଷପତି ଦିଦି ସୃଷ୍ଟି କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ସବୁଠୁ ବଡ଼ କଥା ହେଲା ନିନ୍ଦୁକମାନେ ଆମ ସଫଳତାକୁ ହଜମ କରିପାରୁ ନାହାନ୍ତି। ବିରୋଧୀଙ୍କୁ ଟିକେ ହଜମ କରିବା ଗୁଲି ଦେବା ଦରକାର ବୋଲି ବ୍ୟଙ୍ଗ କରି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ପୂର୍ବ ସରକାର ଗରିବଙ୍କ ଦୁଃଖ ବୁଝି ପାରି ନ ଥିଲେ ଏଥିପାଇଁ ଆମ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ରତ୍ନ ଯୋଜନା କରିଛନ୍ତି।

Leave A Reply

Your email address will not be published.