ନବବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି

0

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଇଂରାଜୀ ନୂତନ ବର୍ଷ ପରିପ୍ରେକ୍ଷୀରେ ଆନୁଷ୍ଠାନିକ ଭାବେ କୌଣସି ଉତ୍ସବ ଏବଂ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ ବୋଲି ତାଙ୍କ ଏକ୍ସ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ସେ ସେଥିରେ ଉଲ୍ଲେଖ କରିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ଯୋଗୁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ତଥା ଅଦିନିଆ ବର୍ଷା ଯୋଗୁ ବିଭିନ୍ନ ଜିଲାରେ ଚାଷୀଙ୍କ ଫସଲ ହାନୀ ହୋଇଥିବାରୁ ସେ ନବବର୍ଷ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଶୁଭେଚ୍ଛୁ ଓ ହିତାକାଂକ୍ଷୀଙ୍କୁ ନବବର୍ଷରେ କୌଣସି ପ୍ରକାର ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନେଇ ନ ଆସିବା ଲାଗି ସେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.