ଭୁବନେଶ୍ୱର (ଆମ ଟିଭି) : ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରି କହିଛନ୍ତି, ଆଜି ୯୪୧ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ଦେଇ ପ୍ରତିଶ୍ରୁତି ପାଳନ କରିଛୁ। ନିକଟରେ ୧୬ ହଜାର ୯ ଜଣ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲୁ। ଖୁବ୍ଶୀଘ୍ର ୨ ହଜାରରୁ ଊଦ୍ଧର୍ବ ଗୃହରକ୍ଷୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।