ଆସନ୍ତା ସୋମବାରରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

0

ଭୁବନେଶ୍ବର(ଆମ ଟିଭି): ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏ ନେଇ ସରକାରୀ ଭାବେ ସୂଚନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପ୍ରତି ସୋମବାରରେ ଖୋଲାଯାଇଥାଏ। ଯେଉଁଥିରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭାଗୀୟ ମନ୍ତ୍ରୀ ବସି ଲୋକଙ୍କ ଅଭିଯୋଗ ଶୁଣିବା ସହିତ ସମାଧାନ କରିଥାନ୍ତି।

ଏହି ପ୍ରକୋଷ୍ଠ ବହୁ ସଂଖ୍ୟାରେ ଲୋକେ ଦୂରଦୂରାନ୍ତରୁ ଆସି ଅଭିଯୋଗ କରିଥାନ୍ତି। ହେଲେ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରହିଥିବାରୁ ଅଫିସ ବନ୍ଦ ରହିବ। ଏ ନେଇ ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.