୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

0

ଭୁବନେଶ୍ୱର (ଆମ ଟିଭି): ବଢିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ୟ୍ୟକାଳକୁ ପୁଣି ଥରେ ବୃଦ୍ଧି କରାଇଛନ୍ତି ରାଜ୍ୟ ସରକାର। ଆଉ ୬ ମାସ ପାଇଁ ତାଙ୍କର କାର୍ୟ୍ୟକାଳ ବୃଦ୍ଧି ପାଇଛି । ଫଳରେ ତାଙ୍କର କାର୍ୟ୍ୟକାଳ ୨୦୨୩ ଫେବ୍ରୁୟାରୀ ୨୮ ଯାଏ ରହିବ । ଏନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କେନ୍ଦ୍ର ଅନୁମୋଦନ କରିଛି ।

ପୂର୍ବରୁ ମଧ୍ୟ ସୁରେଶ ମହାପାତ୍ରଙ୍କ କାର୍ୟ୍ୟକାଳ ବୃଦ୍ଧି କରାଯାଇଥିଲା । ୬ ମାସ ପାଇଁ କେନ୍ଦ୍ର ସରକାର ତାଙ୍କ କାର୍ୟ୍ୟକାଳକୁ ବୃଦ୍ଧି କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ଥର ଲାଗି ତାଙ୍କର କାର୍ୟ୍ୟକାଳକୁ ପୁଣି ଥରେ ୬ ମାସ ପାଇଁ ବୃଦ୍ଧି କରାଯାଇଛି । ଏଥର ଏସଆରସି ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ତାହା ବଦଳରେ ପୁଣି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳକୁ ବଢାଇ ଦିଆଯାଇଛି ।

Leave A Reply

Your email address will not be published.