କେରାପୁଟ(ଆମ ଟିଭି): କୋରାପୁଟ କୋଟିଆରେ ଦିନକୁ ଦିନ ଆନ୍ଧ୍ରର ଅନୁପ୍ରବେଶ ବଢିବାରେ ଲାଗିଛି । ଏହାରି ଭିତରେ ମୁଖ୍ୟ ଶାସନ ସଚିବଙ୍କ ଦୁଇ ଦିନିଆ କୋରାପୁଟ ଗସ୍ତ ଅବସରରେ ଆଜି ବିବାଦୀୟ କୋଟିଆ ଯିବେ ମୁଖ୍ୟ ଶାସନ ସଚିବ। ବିବାଦୀୟ ଆନ୍ଧ୍ରକୁ ଦେବେ କି କଡା ବାର୍ତ୍ତା। କାରଣ ବିବାଦୀୟ କୋଟିଆ ପ୍ରସଙ୍ଗରେ ନିଦାବିଷ୍ଣ ସାଜିଛନ୍ତି ରାଜ୍ୟ ସରକାର। ଥରକୁ ଥର ଆନ୍ଧ୍ର ଅଧିକାରୀ କୋଟିଆରେ ପ୍ରବେଶ କରୁଥିଲେ ବି ଚୁପ୍ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର। ଚର୍ଚ୍ଚା ହେଉଛି କୋଟିଆରେ ଷ୍ଟ୍ରବେରୀ ଚାଷ ଉପରେ ଫୋକସ କରୁଛନ୍ତି। କିନ୍ତୁ ଆନ୍ଧ୍ରର ନେତା ଓ ଅଧିକାରୀଙ୍କ ଅନଧିକାର ପ୍ରବେଶକୁ ନେଇ କାହିଁକି ଚୁପ୍ ସରକାର।
କେବଳ କୋଟିଆ ନୁହେଁ ଗଜପତି ଓ ରାୟଗଡାରେ ସୀମାରେ ବି ଆନ୍ଧ୍ର ଜୋର ଜବରଦସ୍ତ ଅନୁପ୍ରବେଶ କରିବା ସହ ଲୋଭନୀୟ ଯୋଜନା ଦେଖାଇ ଲୋକଙ୍କୁ ପ୍ରୋଲୋଭିତ କରିବାକୁ ପ୍ରୟାସ କରୁଛନ୍ତି ଆନ୍ଧ୍ର ନେତା ଓ ସରକାରୀ ଅଧିକାରୀ। ନିକଟରେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଲୁଡି ମୌଜା ଅଧିନସ୍ଥ ଲାଉଗୁଡା ଠାରେ ଆନ୍ଧ୍ର ସରକାର ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ପୋଖରୀ ଖୋଳା ଯାଉଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକଙ୍କ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।