ମାଧ୍ୟମିକ ଶିକ୍ଷା ପରିଷଦର ମୁର୍ଖାମୀରୁ ପିଲା ପଢୁଛନ୍ତି ଭୁଲ ପାଠ, ଦଶମ ବହିରେ ଦର୍ଶାଯାଇଛି ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ଆନ୍ଧ୍ରପ୍ରଦେଶର

0

କୋରାପୁଟ(ଆମ ଟିଭି): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ମୁର୍ଖାମୀରୁ ପିଲା ପଢୁଛନ୍ତି ଭୁଲ ପାଠ, ଦଶମ ବହିରେ ଦର୍ଶାଯାଇଛି ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ଆନ୍ଧ୍ରପ୍ରଦେଶର। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ଦଶମ ଶ୍ରେଣୀର ଭୂଗୋଳ ଓ ଅର୍ଥନୀତି ବହିରେ ‘ଭାରତର ମୁଖ୍ୟ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର’ ତାଲିକାରେ  ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ଆନ୍ଧ୍ର ଅଛି ବୋଲି ଦର୍ଶାଯାଇଛି। ଏହି ତାଲିକାରେ ରାଜ୍ୟ ଅନୁସାରେ ଜଳ ବିଦ୍ୟୁତ୍ କେନ୍ଦ୍ର ଗୁଡ଼ିକର ନାଁ ଲେଖାଯାଇଥିବା ବେଳେ କ୍ରମିକ ନମ୍ବର ୧ରେ ରହିଥିବା ଆନ୍ଧ୍ର ପ୍ରଦେଶରେ ମାଛକୁଣ୍ଡ ଜଳ ବିଦ୍ୟୁତ୍ ଶକ୍ତି କେନ୍ଦ୍ର ଥିବା ଲେଖାଯାଇଛି।

ଅନ୍ୟପକ୍ଷରେ ଏହି ତାଲିକାର କ୍ରମିକ ନମ୍ବର-୧୭ରେ ଓଡ଼ିଶାରେ ‘ହୀରାକୁଦ’, ‘ବାଲିମେଳା’, ‘ଇନ୍ଦ୍ରାବତୀ’ ଓ ‘ରେଙ୍ଗାଳି’ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ନାଁ ଉଲ୍ଲେଖ କରାଯାଇଥିବା ବେଳେ ‘ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ଶକ୍ତି କେନ୍ଦ୍ର’ର ନାଁ ନାହିଁ।ଓଡ଼ିଶାର ମାଛକୁଣ୍ଡ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ରକୁ ଆନ୍ଧ୍ରରେ ବୋଲି ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିରେ ଦର୍ଶାଯାଇଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.