ହସ୍ପିଟାଲରେ ଭର୍ତ୍ତି ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

0

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି। ଖୋର୍ଦ୍ଧା ଜେଲରୁ ଅଣାଯାଇ ତାଙ୍କୁ ଭୋର ୪ଟାରେ ଏସସିବିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଓକିଲଙ୍କ ଆବେଦନ ଆଧାରରେ ପ୍ରଶାନ୍ତ ଜଗଦ୍ଦେବ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିଲା।

Leave A Reply

Your email address will not be published.