ବାଣପୁର କୋର୍ଟରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ନିୟମିତ ଜାମିନ

0

ଭୁବନେଶ୍ବର(ଆମ ଟିଭି): ବାଣପୁର କୋର୍ଟରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ନିୟମିତ ଜାମିନ ମିଳିଛି । ପୁର୍ବରୁ  ସୁପ୍ରିମକୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ , ହେଲେ  ବାଣପୁର କୋର୍ଟରେ ଓକିଲମାନଙ୍କ ଧର୍ମଘଟ ଚାଲିଥିବାରୁ ନିୟମିତ ଜାମିନ ପାଇପାରି ନ ଥିଲେ ।  ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ବିଧାୟକ ପିଆର ବଣ୍ଡରେ ବାଣପୁର ଜେଲରୁ ପାଇଥିଲେ ଜାମିନ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁର ଜେଏମଏଫସି  କୋର୍ଟରେ ହାଜର ହୋଇ ଗୁରୁବାର ନିୟମିତ ଜାମିନ ପାଇଛନ୍ତି। ଦୁଇ ଗୋଟି ଜାମିନଦାର ଓ ୩୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକା ବଦଳରେ ଜାମିନ ପାଇଛନ୍ତି ବିଧାୟକ। ଅନ୍ୟପଟେ  ଏହି ମାମଲା ଆଜି ବାଣପୁର ଜେଏମଏଫସି କୋର୍ଟରୁ ଭୁବନେଶ୍ୱର ଏଡିଜେ-୩  କୋର୍ଟକୁ ସ୍ଥାନାନ୍ତରିତ ହୋଇଥିବାର ବାଣପୁର ଜେଏମଏଫସି କୋର୍ଟ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.