ପାକିସ୍ଥାନକୁ ଝଟକା ଦେଲା ଚାଇନା

0

ବେଜିଂ/ଇସଲାମବାଦ: ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ର ସମ୍ପ୍ରସାରଣକୁ ସ୍ଥଗିତ ରଖିଲା ଚାଇନା। ପ୍ରକଳ୍ପର ସମ୍ପ୍ରସାରଣକୁ ଅନୁମୋଦନ ନ କରିବାକୁ ଚାଇନା ନିଷ୍ପତ୍ତି ନେଇଛି। ଆର୍ଥିକ ସଙ୍କଟ ହେତୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଚାଇନା ସ୍ପଷ୍ଟ କରିଛି। ପାକିସ୍ତାନ ସିପିଇସି ମାଧ୍ୟମରେ ଶକ୍ତି, ଜଳ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ବଡ଼ ପୁଞ୍ଜି ବିନିଯୋଗ କରିବାକୁ ଚାଇନାକୁ ଅନୁରୋଧ କରିଥିଲା। ଏନେଇ ପାକିସ୍ତାନ କହିଛି ଯେ, ଚାଇନା ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପାକିସ୍ତାନକୁ ସାହାଯ୍ୟ କରିବା ଉଚିତ।

ପାକିସ୍ତାନୀ ଗଣମାଧ୍ୟମନୁସାରେ ଉଭୟ ଦେଶର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି, ତେଣୁ ସବୁ ବଡ ବଡ ପ୍ରକଳ୍ପ ବନ୍ଦ ହୋଇଯାଇଛି। ଚାଇନାର ଗ୍ବାଦରରେ ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ପ୍ରକଳ୍ପକୁ ପାକିସ୍ତାନ ବିରୋଧ କରିଥିବାବେଳେ ପାକିସ୍ତାନର ଶକ୍ତି, ଜଳ ପରିଚାଳନା, ପର୍ଯ୍ୟଟନ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରକଳ୍ପକୁ ଚାଇନା ସ୍ଥଗିତ ରଖିଛି। ସିପିଇସି ମିଳିତ କମିଟି ବୈଠକରେ ଚାଇନା ଏବଂ ପାକିସ୍ତାନ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି।

ଏକ ଜାତୀୟ ଗଣମାଧ୍ୟମନୁଯାୟୀ ଚାଇନା ପାୱାର୍‌ ପ୍ଲାଣ୍ଟ କମ୍ପାନୀଗୁଡିକର ଋଣ ପରିଶୋଧ କରିବାରେ ପାକିସ୍ତାନ ସକ୍ଷମ ନୁହେଁ। ଚାଇନାର ଚାପରେ ପାକିସ୍ତାନକୁ ଗ୍ବାଦରରେ ୩୦୦ମେଗାୱାଟ ପାଓ୍ବର ପ୍ଲାଣ୍ଟ ପ୍ରକଳ୍ପର ସର୍ତ୍ତ ମାନିିବାକୁ ପଡିଥିଲା।

Leave A Reply

Your email address will not be published.