ତାଇଓ୍ବାନ ଉପରେ ଆକ୍ରମଣ କଲା ଚୀନ
ନୂଆଦିଲ୍ଲୀ(ଆମ ଟିଭି): ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଏସିଆ ମହାଦେଶରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତାଇୱାନକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଚୀନ ମୁହାଁମୁହିଁ ହୋଇଥିବା ବେଳେ ଏହି ଦୁଇ ଦେଶରେ ମମର୍ଥନରେ ବାହାରିଛନ୍ତି ଜାପାନ ଓ ଉତର କୋରିଆ । ଏପଟେ ଚୀନର କେତକ ଗଣମାଧ୍ୟମ ଚୀନ ସେନାର ଏହି ସମରାଭ୍ୟାସକୁ ଯୁଦ୍ଧ ପୂର୍ବର ପ୍ରସ୍ତୁତି ବୋଲି କହିଛନ୍ତି, ଯାହା ଚିନ୍ତାକୁ ବଢାଇଦେଇଛି । ଋଷ ଯେପରି ୟୁକ୍ରେନ ଉପରେ ଆକ୍ରମଣ ପୂର୍ବରୁ ସମାରାଭ୍ୟାସ ନାଁରେ ୟୁକ୍ରେନକୁ ତିନି ପଟୁ ଘେରି ଆକ୍ରମଣ କରିଥିଲା ଏବେ ଚୀନ ସେହି ରାସ୍ତାରେ ଯାଉଛି କି ବୋଲି ପ୍ରଶ୍ନ ଉଠିଛି । କାରଣ ତାଇୱାନକୁ ଚାରିପଟୁ ଘେରି ସମରାଭ୍ୟାସ ଆରମ୍ଭ କରିଛି ବେଜିଂ । ଋଷ ଭଳି ଚୀନ ମଧ୍ୟ ଦେଶର ସାର୍ବଭୌମତ୍ୟ ଏବଂ ଅଖଣ୍ଡତା ବଜାୟୀ ରଖିବାକୁ କୌଣସି ପଦକ୍ଷେପ ନେବାକୁ ପଛାଇବ ନାହିଁ ବୋଲି କହିସାରିଛି ।
ଏପଟେ ବିଶ୍ୱ ବାଣିଜ୍ୟର ପ୍ରମୁଖ ରାସ୍ତା କୁହାଯାଉଥିବା ଦଷିଣ ଚୀନ ସାଗରରେ ଚୀନ ମନମାନି କରୁଥିବା କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଅନିଲ ଗୌର । କିନ୍ତୁ ଆମେରିକା ଚୀନ ବିବାଦ ମଧ୍ୟରେ ଭାରତ ଲାଭବାନ ହେବ ବୋଲି ସେ କହିଛନ୍ତି । ଏପଟେ ତାଇୱାନକୁ ନେଇ ଦେଖାଦେଇଥିବା ଉତେଜନାକୁ ନେଇ ଆମେରିକାକୁ ଦାୟୀ କରିଛି ଉତର କୋରିଆ । ନାନ୍ସି ପଲୋସି ଜାଣିସୁଣି ଏଭଳି ସମସ୍ୟା ସୃଷ୍ଟି କରିଛନ୍ତି ବୋଲି କହିଛି ଉତର କୋରିଆ । ଯଦି ସତରେ ତାଇୱାନ ଉପରେ ଚୀନ ଆକ୍ରମଣ କରେ ତେବେ ଭାରତର ଆଭିମୂଖ୍ୟ କ’ଣ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।