ଭାରତକୁ ପ୍ରଶଂସା କଲା ଚାଇନା

0

ବେଜିଂ: ଜି-୨୦ ଶିଖର ସମ୍ମିଳନୀ ଦୁଇ ଦିନ ଧରି ଭାରତରେ ଅନୁଷ୍ଠିତ ହୋଇଯାଇଛି। ୩୦ଟି ଦେଶର ପ୍ରମୁଖ ରାଷ୍ଟ୍ରନେତା ବୈଠକରେ ଯୋଗ ଦେଇଛନ୍ତି। କେବଳ ଚାଇନା ଓ ଋଷିଆ ରାଷ୍ଟ୍ରପତି ସମ୍ମିଳନୀରେ ଯୋଗ ନେଇ ନାହାନ୍ତି। ତେବେ ଏହାରି ଭିତରେ ଚାଇନାର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଜି-୨୦ରେ ଭାରତର ଅଧ୍ୟକ୍ଷତାକୁ ନେଇ ଏକ ଆଲେଖ୍ୟ ପ୍ରକାଶ କରିଛି। ଆର୍ଟିକିଲରେ ସେ ଭାରତର ପ୍ରଶଂସା କରଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଟାର୍ଗେଟ କରିଛି।

ଆଲେଖ୍ୟରେ ଗ୍ଲୋବାଲ ଟାଇମ୍ସ କହିଛି ଯେ, ପ୍ରଥମ ଥର ପାଇଁ ଭାରତ ବହୁପକ୍ଷୀୟ କୂଟନନୈତିକ ସମ୍ମିଳନୀ ଆୟୋଜନ କରୁଛି। ପ୍ରସ୍ତୁତିକୁ ଦେଖିଲେ ଲାଗୁଛି ଯେ ଭାରତ ଏହାକୁ ଗୁରୁତ୍ୱ ଦେଇଛି। ଭାରତ ଅନୁଭବ କରୁଛି ଯେ ଏହାର ସଫଳ ଆୟୋଜନ ବିଶ୍ୱରେ ନିଜର ସ୍ଥିତି ସୁଦୃଢ କରିବ।

ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶ, ଯେଉଁମାନେ ପ୍ରାୟତଃ ଭାରତ ସହିତ ଛିଡା ହେବାକୁ ଦାବି କରନ୍ତି, ସେମାନେ ଜି-୨୦ ଦେଶ ମଧ୍ୟରେ ମତଭେଦ ସୃଷ୍ଟି କରନ୍ତି। ଜି୨୦ ହେଉଛି ବିଶ୍ୱର ଏକ ପ୍ରମୁଖ ଅର୍ଥନୈତିକ ସହଯୋଗ ଫୋରମ, କିନ୍ତୁ ଏଠାରେ ସେମାନେ ତାଙ୍କର ଏଜେଣ୍ଡାକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି ବୋଲି ଆଲେଖ୍ୟରେ କୁହାଯାଇଛି।

Leave A Reply

Your email address will not be published.