ସୀମା ବିବାଦକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ହେବା ଉଚିତ୍ ଚୀନ

0

ନୂଆଦିଲ୍ଲୀ: ଦ୍ବିପାକ୍ଷିକ ସମ୍ପର୍କରେ ସୀମାନ୍ତ ସମସ୍ୟାକୁ ଗୁରୁତ୍ବ ନ ଦେଇ ଭାରତ ଓ ଚୀନ୍‌ ଯଥା ଶୀଘ୍ର ସମ୍ଭବ ପରିସ୍ଥିତିକୁ ସ୍ବାଭାବିକ ନିୟନ୍ତ୍ରଣକୁ ନେବା ଉଚିତ ବୋଲି ଚୀନ୍‌ର ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ କହିଥିବା କଥା ଆଜି ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ କହିଛି।

ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଜୟଶଙ୍କରଙ୍କୁ କହିଛନ୍ତି, ଦ୍ବିପାକ୍ଷିକ ସମ୍ପର୍କରେ ଆମେ ସୀମା ସମସ୍ୟା ଉପରେ ଗୁରୁତ୍ବ ନ ଦେଇ ପରିସ୍ଥିତିକୁ ସ୍ବାଭାବିକ କରିବା ଉଚିତ। ଦୁଇ ପକ୍ଷ ଆଲୋଚନା ମାଧ୍ୟମରେ ମତପାର୍ଥ୍ୟକ ଦୂର କରି ଦୁଇ ଦେଶର ନେତାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ରାଜିନାମା କରାଇବା ଉଚିତ। ଏହାଛଡ଼ା, ସମ୍ପର୍କର ସୁଧାର ଓ ଅଗ୍ରଗତି ନିମନ୍ତେ ଯଥା ଶୀଘ୍ର ସମ୍ଭବ ଉଦ୍ୟମ କରିବା ଆବଶ୍ୟକ। ଏ କଥା ଆଜି ସକାଳେ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ କରିଥିବା ରିଲିଜ୍‌ରେ ଉଲ୍ଲେଖ କରିଛି।

କ୍ବିନ୍‌ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଭାରତ ସହିତ ବିନିମୟ ଏବଂ ସହଯୋଗ ପୁଣି ଆରମ୍ଭ କରିବା ପାଇଁ ଚୀନ୍‌ ଆଗ୍ରହୀ। ଜନସାଧାରଣଙ୍କ ଯାତାୟାତ ନିମନ୍ତେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ତୁରନ୍ତ ପୁନଃ ଆରମ୍ଭ କରାଯିବା ଉଚିତ।
କ୍ବିନ୍‌ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଭାରତ ସହିତ ବିନିମୟ ଏବଂ ସହଯୋଗ ପୁଣି ଆରମ୍ଭ କରିବା ପାଇଁ ଚୀନ୍‌ ଆଗ୍ରହୀ। ଜନସାଧାରଣଙ୍କ ଯାତାୟାତ ନିମନ୍ତେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ତୁରନ୍ତ ପୁନଃ ଆରମ୍ଭ କରାଯିବା ଉଚିତ।

Leave A Reply

Your email address will not be published.