ଚାଇନା ବନାମ ଦେଶୀ ରସୁଣ: ହାଇକୋର୍ଟରେ ପହଁଚିଲା ମାମଲା

0

ଲକ୍ଷ୍ନୌ (ଆମ ଟିଭି): ସାଧାରଣତଃ ଚାଇନା ଜିନିଷକୁ ନେଇ ଭାରତରେ ମୋଦୀ ସରକାର ବେଳେ ବିରୋଧାଭାସ ଦେଖିବାକୁ ମିଳିଛି। ବୟକଟ୍ ଚାଇନା ନାରା ଦେଇ ସ୍ୱଦେଶୀ ଖେଳଣାଠୁ ଆରମ୍ଭ କରି ଯୁଦ୍ଧାସ୍ତ୍ର ଉପରେ ମୋଦୀ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏହାରି ଭିତରେ ଚାଇନା ରସୁଣକୁ ନେଇ ବିବାଦ ତେଜିଛି। ଆଉ ଏହା କୋର୍ଟରେ ପହଁଚିଛି।

ନେପାଳ ଦେଇ ଚୋରା ଚାଲାଣ ଓ ଭାରତରେ ରସୁଣ ଦର ବୃଦ୍ଧି ଖବର ଆସିବା ପରେ ଚାଇନା ରସୁଣର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରି ଆହ୍ଲାବାଦ ହାଇକୋର୍ଟରେ ମାମଲା ପହଞ୍ଚିଛି। ଏ ସଂକ୍ରାନ୍ତରେ ଲକ୍ଷ୍ନୌ ଖଣ୍ଡପୀଠଙ୍କ ଅଦାଲତରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । ଯେଉଁଥିରେ ଚାଇନିଜ୍ ରସୁଣ ସହିତ ଜଡ଼ିତ ବିପଦ ଉପରେ କୁହାଯାଇଛି ଏବଂ ଏହାକୁ ନିଷିଦ୍ଧ କରିବାକୁ ଦାବି କରାଯାଇଛି।

ଆଇନଜୀବୀ ମୋତିଲାଲ ଯାଦବଙ୍କ ଦ୍ୱାରା ଦାୟର ହୋଇଥିବା ଏହି ପିଟିସନରେ ଚାଇନିଜ୍ ରସୁଣ ସହିତ ଜଡିତ ସ୍ୱାସ୍ଥ୍ୟ ବିପଦକୁ ଦର୍ଶାଯାଇଛି। ଏହାର କ୍ଷତିକାରକ ପ୍ରଭାବ କାରଣରୁ ୨୦୧୪ରେ ନିଷିଦ୍ଧ ହୋଇସାରିଥିଲା । ଏହି କଟକଣା ସତ୍ତ୍ୱେ ଏବେ ବି ଦେଶରେ ରସୁଣ ଚୋରା ଚାଲାଣ ହେଉଥିବାରୁ ଏହାର ନିରାପତ୍ତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି।

Leave A Reply

Your email address will not be published.