ଚୀନ ପ୍ରତିରକ୍ଷା ମନ୍ତ୍ରୀ ଗୃହବନ୍ଦୀ, ଜାଣନ୍ତୁ କାହିଁକି

0

ସେକ୍ସପିଅର ତାଙ୍କ ନାଟକ ହାମଲେଟ୍‌ରେ ଲେଖିଥିବା ଧାଡ଼ିଟିଏ- ଡେନ୍‌ମାର୍କ ରାଜ୍ୟରେ କିଛି ପଚି ଯାଇଛି! ଏହା ସେହିପରି ସଂକେତ ଦିଏ। ଚୀନ ରାଜନୀତିରେ କିଛି ପଚି ଯାଇଛି କି? ଏଭଳି ପ୍ରଶ୍ନ ଓ ସନ୍ଦେହ ପ୍ରକଟ କରିଛନ୍ତି ଜାପାନରେ ଅବସ୍ଥିତି ମାର୍କିନ ରାଷ୍ଟ୍ରଦୂତ ରାହ୍‌ମ ଇମାନୁଏଲ।

ଚୀନର ଆଭ୍ୟନ୍ତରୀଣ ରାଜନୀତି ଓ ସରକାରରେ ସୃଷ୍ଟି ହୋଇଥିବା ଏକ ସଂକଟ ସଂପର୍କରେ ଇମାନୁଏଲ ପୂର୍ବରୁ ଟୁଇଟର ନାମରେ ଖ୍ୟାତ ଏବେକାର ଏକ୍ସରେ କ୍ରମାଗତ ଭାବେ ଦୁଇ ଥର ଚୀନ ସରକାରରେ ଘଟିଥିବା ଦୁଇଟି ରହସ୍ୟଜନକ ଘଟଣା ସଂପର୍କରେ ଉପସ୍ଥାପନ କରିଛନ୍ତି।

କିଛି ମାସ ତଳେ ପ୍ରଥମେ ଚୀନର ବୈଦେଶିକ କିନ୍‌ ଗାଙ୍ଗ ନିଖୋଜ ହୋଇଗଲେ। ଚୀନ ସରକାରଙ୍କ ତରଫରୁ ଏନେଇ କିଛି କୁହାଯାଗଲା ନାହିଁ। ଶୁଣାକଥାକୁ ନେଇ ଖବର ଆସିଲା ଯେ ସେ ପ୍ରେମରେ ପଡ଼ିଯାଇଛନ୍ତି। ସେଥିପାଇଁ କାର୍ଯ୍ୟରେ ଯୋଗଦେଉ ନାହାନ୍ତି। ମାତ୍ର, ପରେ ଜଣାପଡ଼ିଲା ଯେ ତାଙ୍କର ଦୀର୍ଘ ଅନୁପସ୍ଥିତି ପରେ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ତାଙ୍କ ସ୍ଥାନରେ ଆଉ ଜଣେ ନୂଆ ବୈଦେଶିକ ମନ୍ତ୍ରୀ ନିଯୁକ୍ତ କରିଛନ୍ତି।

Leave A Reply

Your email address will not be published.