ଦିଲ୍ଲୀ ଏମ୍ସରେ ସାଇବର ଆଟାକ ପଛରେ ଚୀନର ହାତ!

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଦିଲ୍ଲୀ ଏମ୍ସରେ ବଡ଼ ଧରଣର ସାଇବର ଆଟାକ୍। ଚାଇନିଜ୍ ହ୍ୟାକରଙ୍କ ଦ୍ବାରା ଏମ୍ସର କମ୍ପ୍ୟୁଟର ସିଷ୍ଟମ ହ୍ୟାକ ହୋଇଥିବା ସୂଚନା ମିଳିଛି। ହ୍ୟାକରଙ୍କ ଦ୍ବାରା ଏମ୍ସର ୫ଟି ଫିଜିକାଲ ସର୍ଭର ହ୍ୟାକ ହୋଇଥିବା ସୂଚନା ମିଳିଛି। ତେବେ ହ୍ୟାକ ପରେ ଡାଟା ରିକୋଭରୀ ହୋଇଥିବା ଜଣାଯାଇଛି। ତେବେ ଏହାକୁ ନେଇ ବର୍ତ୍ତମାନ ଚାଲିଛି ତଦନ୍ତ ।

ଲକ୍ଷ ଲକ୍ଷ ରୋଗୀଙ୍କ ସମସ୍ତ ତଥ୍ୟ କମ୍ପ୍ୟୁଟର ସିଷ୍ଟମରେ ଥିବାବେଳେ ଏହି ହ୍ୟାକକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଏମ୍ସର ୧୦୦ ସର୍ଭର ମଧ୍ୟରୁ ୪୦ଟି ଫିଜିକାଲ ଓ ୬୦ଟି ଭର୍ଚୁଆଲ ସର୍ଭର ରହିଛି । ତେବେ ୫ଟି ଫିଜିକାଲ ସର୍ଭରକୁ ହ୍ୟାକରମାନେ ହ୍ୟାକ କରିଥିଲେ ।

Leave A Reply

Your email address will not be published.