ଓଡ଼ିଶାରେ ଚୀନର ନୂଆ ଭାରିଆଣ୍ଟ

0

ଭୁବନେଶ୍ବର (ଆମ ଟିଭି): ପୁଣି ଫଁ ଦେଖାଇଲାଣି କରୋନା । ଚୀନରେ ଏହାର ତାଣ୍ଡବ ରଚିଥିବା ବେଳେ ଭାରତରେ ମଧ୍ୟ ଭୂତାଣୁ ପ୍ରବେଶ କଲାଣି । ଆଉ ଏହି ଭୂତାଣୁ ଓଡ଼ିଶାରେ ଚିହ୍ନଟ ହୋଇଛି । ଏହି ଭାରିଏଣ୍ଟର ନାଁ ରହିଛି ବିଏଫ-୭ । ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ଏହି ଭୂତାଣୁର ୨ଟି କେସ୍ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ ଚିହ୍ନଟ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି ।

ଚୀନରେ କରୋନା ସଂକ୍ରମଣର ପ୍ରମୁଖ କାରଣ ପାଲଟିଥିବା ଓମିକ୍ରନ ଭୂତାଣୁର ଏକ ସବ୍ ଭାରିଆଣ୍ଟ ବିଏଫ-୭ ଓଡିଶାରେ ଚିହ୍ନଟ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ମିଳିଥିବା ସୂଚନା ଅନୁସାରେ ଓମିକ୍ରନ ଭୂତାଣୁର ସର୍ବାଧିକ ସଂକ୍ରାମକ ଭାରିଆଣ୍ଟ ବିଏଫ-୭ର ୩ଟି ମାମଲା ଭାରତରେ ଚିହ୍ନଟ ହୋଇଛି । ଗତ ଅକ୍ଟୋବରରେ ଗୁଜରାଟ ବାୟୋଟେକ୍ନୋଲୋଜି ସେଣ୍ଟର ୨ଟି ନମୂନା ଚିହ୍ନଟ ହୋଇଥିବା କହିଥିଲା ଏବଂ ଗୋଟିଏ ନମୂନା ଓଡିଶାର ଥିଲା ବୋଲି ସୂଚନା ମିଳିଛି । ଆରଏମଆରସିର ସୂଚନା ଅନୁସାରେ ଅକ୍ଟୋବର ଶେଷରେ ଜିନୋମ ସିକ୍ୱେନସିଂ ରିପୋର୍ଟ କେନ୍ଦ୍ରକୁ ଦିଆଯାଇଥିଲା । ସେହି ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥାଇପାରେ ।

Leave A Reply

Your email address will not be published.