ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ଗୁଇନ୍ଦା ଜାହାଜ

0

ନୂଆଦିଲ୍ଲୀ (ଆମ ଟିଭି): ଭାରତକୁ ଟକ୍କର ଦେବାପାଇଁ ଚୀନ ଖେଳୁଛି ଚାଲ । ଭାରତର କଡା ବିରୋଧ ଓ ଲଗାତର ଚେତାବନୀ ସତ୍ତ୍ୱେ ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ସାଟେଲାଇଟ୍ ଓ ମିସାଇଲ୍ ଟ୍ରାକିଂ ଜାହାଜ। ଆଜି ସକାଳେ ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରରେ ଏହି ଜାହାଜ ପହଞ୍ଚିଛି। ତେବେ ଚୀନର ଏହି ଜାହାଜକୁ ଶ୍ରୀଲଙ୍କା ପୂର୍ବରୁ ହିଁ ଅନୁମତି ଦେଇସାରିଛି।

ଖବର ଅନୁଯାୟୀ, ଭାରତ ଏବଂ ଆମେରିକାର ଚିନ୍ତା ମଧ୍ୟରେ ଶ୍ରୀଲଙ୍କା ଚୀନର ଜାହାଜକୁ ସ୍ଥଗିତ ରଖିବାକୁ ପୂର୍ବରୁ କହିଥିଲା, କିନ୍ତୁ କିଛି ଦିନ ପରେ ଶ୍ରୀଲଙ୍କା ନିଜ କଥାରୁ ଓହରି ଯାଇଥିଲା। ଆଉ ଚୀନର ଏହି ଗୁଇନ୍ଦା ଜାହାଜ ୱାନ ୱାଙ୍ଗ୍-୫କୁ ତାଙ୍କ ବନ୍ଦରରେ ପହଞ୍ଚିବାକୁ ଅନୁମତି ଦେଇଥିଲା।
ତେବେ ଶ୍ରୀଲଙ୍କାରେ ପହଞ୍ଚିବା ପରେ ଚୀନର ଏହି ଗୁଇନ୍ଦା ଜାହାଜର ଟ୍ରାକିଂ ସିଷ୍ଟମ ଅନେକ ଭାରତୀୟ ସଂସ୍ଥାର ତଥ୍ୟ ନେବାକୁ ଗୁପ୍ତଚର ଭାବେ ଚେଷ୍ଟା କରିବ ବୋଲି ନୂଆଦିଲ୍ଲୀ ଚିନ୍ତା କରୁଛି। ତେବେ ଏହି ଚାଲ୍ କେତେ ଫଳପ୍ରଦ ହେବ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.