ଭାରତରେ ପ୍ରବେଶ କଲା ଚାଇନାର ଏଚ୍‌ଏମ୍‌ପିଭି ଭାଇରସ୍‌: ୮ ମାସର ଝିଅ ସଂକ୍ରମିତ

0

ବେଙ୍ଗାଲୁରୁ (ଆମ ଟିଭି): ଚାଇନାର ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି) ଭାଇରସ୍‌ ଭାରତରେ ପହଞ୍ଚିଛି। ଏହାର ପ୍ରଥମ ମାମଲା ବେଙ୍ଗାଲୁରୁରୁ ଆସିଛି। ସୂଚନାନୁସାରେ, ଜଣେ ୮ ମାସର ଝିଅ ଏହା ଦ୍ୱାରା ସଂକ୍ରମିତ ହୋଇଛି। ଏହି ମାମଲା ସହରର ବାପ୍ଟିଷ୍ଟ ହସ୍ପିଟାଲରେ ଜଣାପଡିଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ହସ୍ପିଟାଲରର ଲାବୋରେଟୋରୀରେ କରାଯାଇଥିବା ପରୀକ୍ଷଣରେ ଏଚ୍‌ଏମ୍‌ପିଭ ଭାଇରସ୍‌ ନିଶ୍ଚିତ ହୋଇଛି। କର୍ନାଟକ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା କେନ୍ଦ୍ର ସରକାରଙ୍କୁ ଦେଇଛି।
ସୂଚନାଯୋଗ୍ୟ,୨୦୨୦ରେ ବିଶ୍ୱକୁ ଆସିଥିବା କରୋନା ମହାମାରୀ ପରେ ଚାଇନାରେ ଏଚ୍‌ଏମ୍‌ପିଭି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ହସ୍ପିଟାଲରେ ବଢିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ, ହସ୍ପିଟାଳରେ ବେଡ୍‌ରେ ଅଭାବ ଦେଖାଯାଇଛି। କେବଳ ଏତିକି ନୁହେଁ, ଶ୍ମଶାନରେ ବି ଶବଦାହ ପାଇଁ ସ୍ଥାନ ମିଳୁନି। ଏହି ଭାଇରସ୍‌ ଚାଇନାରେ କରୋନା ପରି ହଇଚଇ ସୃଷ୍ଟି କରୁଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ, ଏଚ୍‌ଏମ୍‌ପିଭି ହେତୁ ବହୁ ସଂଖ୍ୟକ ଲୋକ ଅସୁସ୍ଥ ହୋଇପଡିଛନ୍ତି।

ଚାଇନାର ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ଏଚ୍‌ଏମ୍‌ପିଭି, ସ୍ବାଇନ ଫ୍ଲୁ ଏ, ମାଇକୋପ୍ଲାଜମା ନିମୋନିଆ ଏବଂ କୋଭିଡ-୧୯ ଭଳି ଅନେକ ଭାଇରସ୍‌ ଏକାସାଙ୍ଗରେ ବିସ୍ତାର କରୁଛି। ଫଳରେ ଚାଇନାର ଅବସ୍ଥା ବିଗିଡିବାରେ ଲାଗିଛି ଏବଂ ଚାଇନା ସରକାର ଏହି ନୂତନ ଭାଇରସ୍‌ ବିଷୟରେ ସଠିକ ସୂଚନା ଦେଉନାହାଁନ୍ତି ବୋଲି ଲୋକମାନେ ଚିନ୍ତା କରୁଛନ୍ତି। ଚାଇନାର ସ୍ବାସ୍ଥ୍ୟ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ ପାଇଁ ବର୍ତ୍ତମାନ କୌଣସି ଟିକା ଉପଲବ୍ଧ ନାହିଁ। ଏହାର ଲକ୍ଷଣ ସାଧାରଣ ଥଣ୍ଡା ପରି, କିନ୍ତୁ ଏହା ଗୁରୁତର ସଂକ୍ରମଣ ମଧ୍ୟ କରିପାରେ। ୧୪ ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ମାମଲା ବଢିବାରେ ଲାଗିଛି, ଯେଉଁ କାରଣରୁ ଚାଇନାର ସ୍ବାସ୍ଥ୍ୟ ଅଧିକାରୀମାନେ ଚିନ୍ତିତ ଅଛନ୍ତି।

Leave A Reply

Your email address will not be published.