ଚିନୁକ ହେଲିକପ୍ଟରର ଇଞ୍ଜିନରେ ଅଗ୍ନିକାଣ୍ଡ: ଆମେରିକାକୁ ରିପୋର୍ଟ ମାଗିଛି ଭାରତୀୟ ବାୟୁସେନା

0

ନୂଆଦିଲ୍ଲୀ (ଆମ ଟିଭି): ଚିନୁକ ହେଲିକପ୍ଟରର ଇଞ୍ଜିନରେ ଅଗ୍ନିକାଣ୍ଡ । ଏହାକୁ ନେଇ ମୁହାଁମୁହିଁ ୨ଦେଶ । ଆମେରିକାରେ ଚିନୁକ ହେଲିକପ୍ଟରର ଇଞ୍ଜିନରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ରିପୋର୍ଟ ମଗାଯାଇଛି । ଏନେଇ ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ, ଆମେରିକାର ଚିନୁକ ହେଲିକପ୍ଟରରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଉଡାଣ ଉପରେ ରୋକ୍ ଲଗାଯାଇଛି । କିନ୍ତୁ ଭାରତରେ ଥିବା ଚିନୁକ ହେଲିକପ୍ଟର ଏବେବି ଉଡାଣ ଭରୁଛି । କିନ୍ତୁ ପୂର୍ବରୁ ସାବଧାନତା ଅବଲମ୍ବନ କରି ଭାରତ ଆମେରିକାକୁ ରିପୋର୍ଟ ମାଗିଛି । କେଉଁ କାରଣରୁ ଇଞ୍ଜିନରେ ନିଆଁ ଲାଗିଲା ସେନେଇ ସବିଶେଷ ତଥ୍ୟ ମଗାଯାଇଛି ।

ଆମେରିକୀୟ ସେନାର କହିବାନୁସାରେ, ୭୦ଟି ଚିନୁକ ହେଲିକପ୍ଟର ଇଞ୍ଜିନରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ଅଗ୍ନିକାଣ୍ଡ କାରଣରୁ ୪୦୦ରୁ ଅଧିକ ଚିନୁକ ହେଲିକପ୍ଟର ଉଡାଣ ଉପରେ ରୋକ୍ ଲଗାଯାଇଛି । ଭାରତ ଆମେରିକାଠୁ ଚିନୁକ ହେଲିକପ୍ଟର କ୍ରୟ କରିଛି । ଆମେରିକା ଏହା ଦ୍ୱାରା ନିଜର ବଡ ବଡ ଅପରେସନ କରିଛି । ଏହାର କକପିଟ୍ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍ । ଏଥିରେ କମନ୍ ଆଭିଏସନ୍ ଆର୍କିଟେକଚର୍ କକପିଟ୍ ଓ ଆଡଭାନସଡ୍ କକପିଟ୍ ଭଳି ଫିଚର୍ସ ରହିଛି ।

 

Leave A Reply

Your email address will not be published.