NDAରେ ସାମିଲ ହେବେ ଚିରାଗ ପାଶୱାନ!

0

ନୂଆଦିଲ୍ଲୀ (ଆମ ଟିଭି ): କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ କୁ ନେଇ ଏବେ ରାଜନୀତି ଜୋର୍ ଧରିଛି। ଏହାରି ଭିତରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏଲଜେପି ମୁଖ୍ୟ ତଥା ରାମବିଳାଶ ପଶୱାନଙ୍କ ପୁଅ ଚିରାଗ ପଶୱାନଙ୍କୁ ଭେଟିଛନ୍ତି । ଏହି ଭେଟ ପରେ ବିହାର ରାଜନୀତି ପୁଣିଥରେ ସରଗରମ ହୋଇଛି । ରାଜନୈତିକ ବିଶ୍ଳେଷକଙ୍କ ମତରେ ଏହି ଭେଟ ପରେ ଏବେ ପୁଣିଥରେ ଚିରାଗ ପଶୱାନ ଏନଡିଏରେ ସାମିଲ ହେବା ନେଇ ସ୍ପଷ୍ଟ ସଂକେତ ମିଳିଛି । କେବଳ କେଉଁଦିନ ଚିରାଗ ଏନଡିଏରେ ସାମିଲ ହେବେ ତାହା ବାକି ରହିଛି । ହେଲେ ନିତ୍ୟାନନ୍ଦ ରାୟ କହିଛନ୍ତି କି ଚିରାଗଙ୍କ ଘର ମୋର ପୁରୁଣା ଘର । ଏଠାରେ ଆମର ପୁରୁଣା ସଂପର୍କ ରହିଛି ।

କେବଳ ସେତିକି ନୁହେଁ ନିତ୍ୟାନନ୍ଦ ରାୟ କହିଛନ୍ତି କି ବିଜେପି ଓ ରାମବିଳାଶ ପଶୱାନ ଦେଶକୁ ନିଜ ସେବା ମାଧ୍ୟମରେ ଖୁସି ରଖିବାକୁ କାମ କରିଥିଷଲ । ଚିରାଗ ସହିତ ଆମର କୌଣସି ଖରାପ ସଂପର୍କ ନାହିଁ । ହେଲେ ବିରୋଧୀମାନେ ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଦେଖି ବିବ୍ରତ ହୋଇପଡିଛନ୍ତି ।

Leave A Reply

Your email address will not be published.