ଚିଟଫଣ୍ଡ ମାମଲା: ସିବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ (ଆମ ଟିଭି): ସିବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଚିଟଫଣ୍ଡ ମାମଲାରେ ତଦନ୍ତକାରୀ ସଂସ୍ଥା ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ଚିଟଫଣ୍ଡ ମାମଲାର ଖଣ୍ଡପୀଠରେ ଶୁଣାଣୀ ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମାନ୍ୟବର ନ୍ୟାୟାଳୟ । କାହିଁକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି । ଚିଟଫଣ୍ଡ ଟଙ୍କା ପାଇବା ପାଇଁ କ୍ଷତିଗ୍ରସ୍ତ ୧୦ରୁ ୧୫ ବର୍ଷ ଅପେକ୍ଷା କରିପାରିବେନି । ଏନେଇ ସିବିଆଇ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଦୁର୍ନୀତି କରୁଥିବା ଲୋକ ଜେଲରେ ଖୁସିରେ ଅଛନ୍ତି । ଜମାକାରୀମାନେ ତାଙ୍କ ଟଙ୍କା ଫେରାଇବାକୁ ଚାହୁଁଛନ୍ତି । ଯେଉଁଠି ଇଡି ସିବିଆଇ ତଦନ୍ତ କରୁଛନ୍ତି ସେଠାରେ ବିଳମ୍ବ ହେଉଛି । ଚିଟଫଣ୍ଡ ମାମଲାର ପରବର୍ତୀ ଶୁଣାଣୀ ଆସନ୍ତା ସୋମବାର ରହିଛି ।

୨୦୧୨-୧୩ରେ ରାଜ୍ୟରେ ଚିଟଫଣ୍ଡର ମହାଠକେଇ ହୋଇଥିଲା । ଅନେକ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇନାହାନ୍ତି । ୨୦୧୪ରେ ୪୪ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ତଦନ୍ତ ହୋଇଥିଲା । ଅନ୍ୟପଟେ ୨୦୧୩ରେ ଜମାକାରୀଙ୍କ ଟଙ୍କା ଫେରାଇବାପାଇଁ ରାଜ୍ୟ ସରକାର ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇଥିଲା । ଅନ୍ୟପଟେ ଗଠନ ହୋଇଥିବା କମିଶନଙ୍କ କାର୍ୟ୍ୟକାଳ ଅନେକ ଥର ବଢିବା ସହିତ ଶେଷରେ ବନ୍ଦ ହୋଇଗଲା ।

 

 

Leave A Reply

Your email address will not be published.